ସୁନ୍ଦରଗଡ଼ ଓ ଦେବଗଡରେ ମରୁଡ଼ି ପରିସ୍ଥିତି

Aug 13, 2019 - 06:11
 115
ଭୁବନେଶ୍ୱର, ୧୨/୮(ସକାଳଖବର): ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ବର୍ଷା ନହେଲେ ସମ୍ପୃକ୍ତ ଅଂଚଳର ଦୁଇଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଦେଖାଦେବ । ଏହି ଦୁଇଟି ଜିଲ୍ଲା ହେଲା ସୁନ୍ଦରଗଡ଼ ଓ ଦେବଗଡ଼ । ସେଠାରେ ଅଧିକାଂଶ ସ୍ଥାନରେ ଚାଷଜମି ଫାଟି ଆଁ କଲାଣି । ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡିଛି । ନୂଆପଡା, ଢେ଼ଙ୍କାନାଳ, ବଲାଙ୍ଗିର, ଅନୁଗୋଳ, ବୌଦ୍ଧ, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅନୁରୂପ ପରିସ୍ଥିତି ଆଡକୁ ଗତି କରୁଥିବାର ପରିଲକ୍ଷିତ ହୋଇଛି । ଏସବୁ ଜିଲ୍ଲାରେ ବର୍ତମାନ ସୁଦ୍ଧା ଯେତିକି ବର୍ଷା ହେବା କଥା ତାହା ହୋଇନାହିଁ । ଆବଶ୍ୟକତା ଠାରୁ ୧୧ ପ୍ରତିଶତ କମ୍ ବର୍ଷା ହୋଇଥିବା ନେଇ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।