ସରିଲା ସରକାର-ପୂଜା କମିଟି ବୈଠକ, ୨ ଦିନ ଭିତରେ ମୂର୍ତ୍ତି ଉଚ୍ଚତା ନିଷ୍ପତ୍ତି

Sep 8, 2021 - 07:02
 60
ସରିଲା ସରକାର-ପୂଜା କମିଟି ବୈଠକ, ୨ ଦିନ ଭିତରେ ମୂର୍ତ୍ତି ଉଚ୍ଚତା ନିଷ୍ପତ୍ତି
ଭୁବନେଶ୍ୱର: ଆଗକୁ ପାର୍ବଣ । ତେବେ ମୂର୍ତ୍ତି ଉଚ୍ଚତାକୁ ନେଇ ଏବେ ବିବାଦ ଘନେଇବାର ଲାଗିଛି । ଏନେଇ ଆଜି ଲୋକସେବାଭବନରେ ବୈଠକ ଶେଷ ହୋଇଛି । ବୈଠକ ପରେ କଟକ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ନେଇ ୨ ଦିନ ଭିତରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଗଣେଶ ପୂଜା ସୁଦ୍ଧା ନିଷ୍ପତ୍ତି ନିଆଯିବ । ସେହିପରି ଭକ୍ତଙ୍କ ଦର୍ଶନ ଉପରେ ଦୁର୍ଗା ପୂଜା ସମୟରେ ରାଜ୍ୟର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ହେବ । ୩ ପଟ ଆବଦ୍ଧ ରହିବ କି ନାହିଁ ଅକ୍ଟୋବର ମାସ କିମ୍ବା ଦୁର୍ଗା ପୂଜା ସମୟର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ନେବେ ସରକାର। ଆବଦ୍ଧ ପୂଜାକୁ ନେଇ ପରିସ୍ଥିତି ଅନୁସାରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ପୂଜା ଆଉ ମାସେ ଅଛି । ସେତେବେଳର ସ୍ଥିତି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଆଜି ଦୁର୍ଗା ମୂର୍ତ୍ତିକୁ ନେଇ ବସିଥିବା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବୈଠକରେ କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କ ସହ ଏସଆରସି, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟସଭା ସାଂସଦ ସୁବାସ ସିଂ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ । ପୂର୍ବରୁ ରାଜ୍ୟ ସରକାର ପୂଜା ପାଇଁ ମୂର୍ତ୍ତି ଉଚ୍ଚତା ୪ ଫୁଟ ଏବଂ ଆବଦ୍ଧ ପୂଜା ପାଇଁ ଗାଇଡ଼ ଲାଇନ ଜାରି କରିଥିଲେ । ଯାହାକୁ ନେଇ ପୂଜା କମିଟି ଶାନ୍ତି କମିଟି ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ଏହାକୁ ବିରୋଧ କରି ଥିଲେ ତା ସହ ରାଜ ରାସ୍ତାରେ ଆଣ୍ଠେଇ ପ୍ରତିବାଦ କରିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା ।