ସରିଲା ରାଜ୍ୟ ନିର୍ବାଚନ କମିଶନଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ, ସଂକ୍ରମଣ ସ୍ଥିତି ନେଇ ହେଲା ଆଲୋଚନା

Jan 8, 2022 - 07:29
 65
ସରିଲା ରାଜ୍ୟ ନିର୍ବାଚନ କମିଶନଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ, ସଂକ୍ରମଣ ସ୍ଥିତି ନେଇ ହେଲା ଆଲୋଚନା
ଭୁବନେଶ୍ୱର ୦୮।୦୧ : ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ରାଜ୍ୟର କରୋନା ସଂକ୍ରମଣ ସ୍ଥିତି, ଟୀକାକରଣ ଓ କୋଭିଡ ମୁକାବିଲା ସରକାର କଣ କଣ ପଦକ୍ଷେପ ନେଉଛନ୍ତି । ସେ ବିଷୟରେ ନିର୍ବାଚନ କମିଶନଙ୍କୁ ଅବଗତ କଲେ ରାଜ୍ୟ ସରକାର। ସେହିପରି ବର୍ତ୍ତମାନ ସଂକ୍ରମଣ ନେଇ ସେମିତି କିଛି ଅସ୍ୱାଭାବିକ ସ୍ଥିତି ଉପୁଜିନି। ଯଦି ପରବର୍ତ୍ତୀ ସମୟରେ ସେଭଳି ସ୍ଥିତି ଉପୁଜେ। ତେବେ ପୁଣି ଥରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ। ଆଜିର ବୈଠକ ପରେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ କିଛି ଦିନ ହେଲା କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ ସମସ୍ତେ ଚିନ୍ତାରେ । ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୪ହଜାର ମୁହାଁ ହୋଇଛି