ସମ୍ପୂର୍ଣ୍ଣ ଓଡ଼ିଶା ମଦମୁକ୍ତ ଘୋଷଣା ଦାବୀରେ ପଦଯାତ୍ରା

Jan 28, 2019 - 14:27
 202
ସମ୍ପୂର୍ଣ୍ଣ ଓଡ଼ିଶା ମଦମୁକ୍ତ ଘୋଷଣା ଦାବୀରେ ପଦଯାତ୍ରା
ଅନୁଗୋଳ,୨୭/୧(ସକାଳଖବର): ଅନୁଗୋଳ ଜିଲ୍ଲା ସ୍ୱେଚ୍ଛାସେବୀ ସଂଘ ତରଫରୁ ଆସନ୍ତା ଜାନୁଆରୀ ୨୮ ତାରିଖ ସକାଳ ୬ ଘଟିକା ସମୟରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ ଘୋଷଣା ଦାବୀରେ ମଦମୁକ୍ତି ପଦଯାତ୍ରା ଅନୁଗୋଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବାହାରିବାର କାର୍ଯ୍ୟକ୍ରମ ରହିଛି । ସଂପ୍ରତି ସମାଜର ଯେତେ ଅପରାଧ, ଅସାମାଜିକ କାର୍ଯ୍ୟକଳାପ, ହିଂସା ଓ ଦୁର୍ଘଟଣା ସାଙ୍ଗକୁ ଦୁଷ୍କର୍ମ, ହତ୍ୟା, ପାରିବାରିକ ହିଂସା, ନାରୀ ନିର୍ଯ୍ୟାତନା ଯୋଗୁଁ ଦୈନିକ ଶହ ଶହ ଯୁବତୀ, ଶିଶୁକନ୍ୟା, ମହିଳା ମୃତାହତ ହେବା ସହ ଗଣ ମାଧ୍ୟମର ପୃଷ୍ଠା ଖଣ୍ଡନ କରୁଥିବା ଏହାର ମୂଳ କାରଣ । ମାଦକ ଦ୍ରବ୍ୟ ସେବନ ଓ ମଦର ବହୁଳ ବ୍ୟବହାର । ମଦପିଇ ଗଣ୍ଡଗୋଳ କରିବା ବର୍ତ୍ତମାନରେ ଏକ ଅଭିନ୍ନ ଦିଗରେ ପରିଶତ ହେଲାଣୀ । ଏହାଦ୍ୱାରା ଭାଇଚାରା, ସଦିଛା ଓ ସାମାଜିକ ଚଳନି ସଂପ୍ରତି ନଷ୍ଟ ହେଉଛି । ବହୁଳ ବିଦେଶୀ ମଦ ସାଙ୍ଗକୁ ଚୋରା ଦେଶୀ ମଦ ଲୋକଙ୍କୁ ଉଚ୍ଛନ୍ନ କରୁଛି । ବହୁ ପରିବାର ଭାଙ୍ଗି ଯାଉଛି । ଏଣୁ ଓଡ଼ିଶାରୁ ମଦ ସମ୍ପୂର୍ଣ୍ଣ ହରାଇବା ପାଇଁ ଆମ୍ଭେ ଦାବୀ କରିବା ସହ ଏଥିନେଇ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ସହିତ ଅନୁଗୋଳରୁ ପଦଯାତ୍ରାରେ ମହୀଧରପୁର,ସାତମାଇଲ, ରାସୋଳ, ଶଙ୍କରପୁର, ଆଠଗଡ଼ ଦେଇ ଭୂବନେଶରସ୍ଥିତ ରାଜ୍ୟପାଳ ଭବନ ଓ ନବୀନ ନିବାସରେ ପହଞ୍ଚôବୁ । ସେଠାରେ ମାନ୍ୟବର ରାଜ୍ୟପାଳ ଓ ମୂଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଆଉ ଆଶା ରଖିବୁ ଏ କଥାକୁ ହୃଦୟ ତାର ସହ ବିଚାର କରି ଆମଠାରୁ ସ୍ମାରକପତ୍ର ଗ୍ରହଣ କରିବା ସହିତ ଓଡ଼ିଶାକୁ ସମ୍ପୂର୍ଣ୍ଣ ମଦ ମୁକ୍ତ ଘୋଷଣା କରିବାର ପଦକ୍ଷେପ ନେବେ ।