ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ଜଣଙ୍କ ଜୀବନ

Jul 8, 2022 - 06:39
 53
ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ଜଣଙ୍କ ଜୀବନ
ମୋହନା: ଗଜପତି ଜିଲ୍ଲା ମୋହନାର ନାରାୟଣ ନଗରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଚାଓମିନ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହୋଇ ଚାଲିଯାଇଛି ୩ଜଣଙ୍କ ଜୀବନ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକମାନେ ହେଲେ ବ୍ରହ୍ମପୁରର ଅରୁଣ ସାହୁ, କାମ୍ପଗୁଡ଼ାର ପ୍ରଭାକର ଦଳେଇ ଓ ସୁନୀଲ ଦଳେଇ । ଗତକାଲି ରାତିରେ ଚାଓମିନ୍‌ ଶୁଖାଇବା ପାଇଁ ହିଟ୍‌ ଗ୍ୟାସ୍‌ ମେସିନ୍‌ ଚାଲୁ କରି ସମସ୍ତେ ଶୋଇ ପଡ଼ିଥିଲେ । ଏହାପରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଆଜି ସକାଳେ ୩ ଜଣଙ୍କୁ ଉଦ୍ଧାର କରି ମୋହନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ମୋହନା ଥାନା ପୋଲିସ ପହଞ୍ଚି ଖୋଳତାଡ କରୁଛି ।