ତାଜମହଲର ବନ୍ଦ କୋଠରୀ ବିବାଦ ମଧ୍ୟରେ ସାମ୍ନାକୁ ଆସିଲା ନୂଆ ତଥ୍ୟ, ASI ଜାରି କଲା ଫଟୋ

May 16, 2022 - 05:15
 64
ତାଜମହଲର ବନ୍ଦ କୋଠରୀ ବିବାଦ ମଧ୍ୟରେ ସାମ୍ନାକୁ ଆସିଲା ନୂଆ ତଥ୍ୟ, ASI ଜାରି କଲା ଫଟୋ
ନୂଆଦିଲ୍ଲୀ ୧୬।୫: ତାଜମହଲର ୨୨ଟି ବନ୍ଦ କୋଠରୀକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହାକୁ ନେଇ ଆବେଦନକାରୀ ଆହ୍ଲାବାଦ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ । ପିଟିସନ୍‌ରେ ସେ କହିଥିଲେ ଯେ ସେହି ବନ୍ଦ କୋଠରୀରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ସମ୍ବନ୍ଧୀୟ ଛାନଭିନ୍ କରିବାକୁ ସରକାରଙ୍କୁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଉ । ବିଶ୍ବର ସାତଗୋଟି ଅଦ୍ଭୁତ ଆଶ୍ଚର୍ଯ୍ୟ ମଧ୍ୟରେ ତାଜ ମହଲକୁ ପରିଗଣିତ କରାଯାଏ । ତାଜମହଲର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । ପ୍ରତିବର୍ଷ ସାରା ବିଶ୍ବରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ପ୍ରେମର ଏହି ସଙ୍କେତକୁ ଦେଖିବାକୁ ଆସିଥାନ୍ତି । କିନ୍ତୁ ଆଜିକାଲି ଏହି ସ୍ମାରକୀ ଅନ୍ୟ କିଛି ପାଇଁ ଚର୍ଚ୍ଚାରେ ରହିଛି । ନିକଟରେ ଜଣେ ବ୍ୟକ୍ତି ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରି ଏହା ଦାବି କରିଥିଲେ ଯେ ରାଜ୍ୟ ସରକାରଙ୍କୁ ତାଜମହଲ ଭିତରେ ଥିବା ୨୨ କୋଠରୀର ଯାଞ୍ଚ କରିବା ଏବଂ ସେଠାରେ ହିନ୍ଦି ଦେବାଦେବୀଙ୍କ ମୂର୍ତ୍ତି କିମ୍ବା ଶାସ୍ତ୍ରର ଉପସ୍ଥିତି ସମ୍ବନ୍ଧୀୟ କିଛି ବି ପ୍ରମାଣର ଛାନଭିନ୍ କରିବାକୁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଉ । ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛି ।