ଶ୍ରୀମନ୍ଦିରରେ ରକ୍ତ ଛିଟା, ଜଗା ଦର୍ଶନରେ ବାଧା

Mar 7, 2022 - 07:01
 49
ଶ୍ରୀମନ୍ଦିରରେ ରକ୍ତ ଛିଟା, ଜଗା ଦର୍ଶନରେ ବାଧା
ପୁରୀ: ଆଜି ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ରୀମନ୍ଦିରରେ ରକ୍ତଛିଟା ପଡିଥିବାରୁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ବିଳମ୍ବ ହୋଇଛି । ସବୁ ନୀତି ବନ୍ଦ କରାଯାଇ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ଫଲରେ ମହପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ଘଣ୍ଟାଏରୁ ଅଧିକ ସମୟ ଧରି ବଡଦାଣ୍ଡରେ ଠିଆ ହୋଇଛନ୍ତି । ସୂଚନାଅନୁସାରେ, ଭିତକାଠ ନିକଟରେ ରକ୍ତଛିଟା ପଡିଥିବାରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା ।