ଶ୍ରମିକମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାଣକାରୀ-ଜିଲା ଦୌରାଜଜ

May 2, 2018 - 13:36
 169
ଶ୍ରମିକମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାଣକାରୀ-ଜିଲା ଦୌରାଜଜ
କଟକ,୨ା୫(ସକାଳଖବର): କଟକ ଜିଲା ଆଇନ ସେବା ପ୍ରାଧିକରଣ ଅନୁକୂଲ୍ୟରେ ଜିଲା କୋର୍ଟ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଜିଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ସୁଶାନ୍ତ କୁମାର ମହାପାତ୍ର ଯୋଗଦେଇ କହିଥିଲେ ଯେ ସରକାର ଶ୍ରମିକମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଏ ସଂପର୍କରେ ଶ୍ରମିକମାନେ ଜାଣିବା ନିହାତି ଆବଶ୍ୟକ ବୋଲି କହିଥିଲେ । ଜିଲା ଦୌରାଜଜ ଶ୍ରୀ ମିଶ୍ର କହିଥିଲେ ଯେ ଶ୍ରମିକମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାଣକାରୀ । ଶ୍ରମ ଓ ଶ୍ରମିକମାନଙ୍କୁ ସମ୍ନାନ ଦେବା ଆବଶ୍ୟକ । ଜିଲା ଶ୍ରମ ଅଧିକାରୀ ବନମାଳି ମହାପାତ୍ର ଶ୍ରମିକମାନଙ୍କ ଅଧିକାର, ଏହି ଦିବସର ଆବଶ୍ୟକତା, ଆଇନ ସଂପର୍କରେ ବିଶ୍ଲେଷଣ ଓ ଉପକାରିତା ସଂପର୍କରେ ଅଭିହିତ କରିଥିଲେ । କଟକ ସିଭିଲ କୋର୍ଟ ରେଜିଷ୍ଟ୍ରାର ବିଭୁ ପ୍ରସାଦ ପଣ୍ଡା ଏହି ସଭାରେ ସ୍ୱାଗତ ଭାଷଣ ଦେବା ସହ ଶ୍ରମିକ ଦିବସ ସଂପର୍କରେ ଆଲୋକପାତ କରିଥିଲେ । ତେବେ ଏହି ଦିବସ ଉପଲକ୍ଷେ ୧୭୦ ଶ୍ରମିକଙ୍କୁ ପରିଚୟପତ୍ର, ୨୫ ସାଇକେଲ, ସୁରକ୍ଷା ଉପକରଣ, ୫ଟି ବିବାହ ସହାୟତା ରାଶି, ୫ଟି ଶିକ୍ଷା ସହାୟତା ରାଶି ଓ ଗୋଟିଏ ମୃତୁ୍ୟକାଳିନ ରାଶି ପ୍ରଦାନ କରାଯାଇଥିଲା ।