ଶୀତଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

Nov 29, 2021 - 05:45
 59
ଶୀତଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜି ବାଚସ୍ପତି ସୂର୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । କୋଭିଡ କଟକଣାକୁ ମାନି ବିଧାନସଭାରେ ଗୃହ କାର୍ୟ୍ୟ ଚାଲିବ । ବିଧାନସଭା କେତେ ସମୟ ଚାଲିବ, ଗୃହରେ ବିଧାୟକଙ୍କ ଆଚରଣ ଏବଂ ଉଚାରଣ କିଭଳି ରହିବ । ସେନେଇ ଆଜି ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ । ସେହିପରି ପ୍ରଶ୍ନକାଳ ସମୟରେ ଓ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ସଦସ୍ୟ ଗୃହରେ ହୋହାଲ୍ଲା କରିପାରିବେ ନାହିଁ ବୋଲି ପୂର୍ବରୁ ବାଚସ୍ପତି ସୂଚନୁା ଦେଇସାରିଛନ୍ତି । ତେଣୁ ଏହିସବୁ ପ୍ରସଙ୍ଗ ମଧ୍ୟ ସର୍ବଦଳୀୟ ବୈଠକରେ ଆଲୋଚନା ହେବ । ଏହାସହିତ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାୟିକା, କର୍ମଚାରୀ, ପିଏସଓ, ଡ୍ରାଇଭରଙ୍କ ସହ ବିଭଧାନସଭା ଆସିବାକୁ ଥିବା ସମସ୍ତଙ୍କର କରୋନା ଟେଷ୍ଟ କରାଯାଉଛି । ଗତ କାଲି ଏହି ଟେଷ୍ଟ ଆରମ୍ଭ ହୋଇଥିବା ବେଳେ ଏହା ୩ ଦିନ ଧରି ଚାଲିବ ।