ଶରଦ ପାୱାରଙ୍କୁ ଭିଟିଲେ ମମଲା ବାନାର୍ଜୀ, ରାଜି କରାଇବାକୁ ପ୍ରୟାସ

Jun 14, 2022 - 14:41
 52
ଶରଦ ପାୱାରଙ୍କୁ ଭିଟିଲେ ମମଲା ବାନାର୍ଜୀ, ରାଜି କରାଇବାକୁ ପ୍ରୟାସ
ମୁମ୍ୱାଇ: ଆସନ୍ତା ଜୁଲାଇ ୧୮ରେ ଦେଶ ପରବର୍ତ୍ତୀ ରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ । ଏହା ପୂର୍ବରୁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ବୁଧବାର ହେବାକୁ ଥିବା ବୈଠକ ପାଇଁ କଂଗ୍ରେସ ଏବଂ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧରୀଙ୍କ ସହମତି ପରେ ମମତା ବାନାର୍ଜୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ରାଜି କରାଇବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି। ତେବେ ଦୁଇ ନେତାଙ୍କ ବୈଠକକୁ ସୌଜନ୍ୟ ମୂଳକ ସାକ୍ଷାତକାର କୁହାଯାଉଛି। କିନ୍ତୁ ସୂତ୍ର ଅନନୁସାରେ ରାଷ୍ଟ୍ରପତି ଦୌଡରୁ ନିଜକୁ ବାହାର କରିବା ପରେ ପାୱାରଙ୍କୁ ରାଜି କରିବା ପାଇଁ ମମତା ନିଜେ ତାଙ୍କ ଘରେ ପହଞ୍ଚିଥିବା ଜଣାପଡିଛି। ଦେଶର ପରବର୍ତ୍ତି ମହାମହିନ ପାଇଁ ଆସନ୍ତା ଜୁଲାଇ ୧୮ରେ ନିର୍ବାଚନ ହେବ। ତେବେ ଚଳିତ ଥର ଏନଡିଏ ନିକଟରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବହୁମତର ଅଭାବ ରହିଛି । ଗତ ଥର ୨୦୧୭ର ନିର୍ବାଚନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବଂ ଆନ୍ଧ୍ର ପ୍ରଦେଶର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏନଡିଏ ପ୍ରାର୍ଥୀଙ୍କୁ ନିଜର ସମର୍ଥନ ଦେଇଥଲେ । କିନ୍ତୁ ଏଥର ସମୀକରଣ କିଛି ଭିନ୍ନ ରହିଛି । କେସିଆର ମୋଦୀ ସରକାରଙ୍କ ବିରୁଦ୍ଧରେ ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ରୟାସ କରୁଛନ୍ତି। ଅନ୍ୟପଟେ ମମତା ବାନାର୍ଜୀ ଚିଠି ଲେଖି ବିରୋଧୀ ନେତାଙ୍କୁ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି। କଂଗ୍ରେସ ଏହାକୁ ସମର୍ଥନ କରିଛି। ରିପୋର୍ଟ ଅନୁସାରେ, କଂଗ୍ରେସ ପ୍ରତିନିଧି ଭାବେ ପ୍ରାର୍ଟିର ବରିଷ୍ଠ ନେତା ମାଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ ଏବଂ ରଣଦୀପ ସୁର୍ଜେୱାଲା ବୈଠକରେ ସାମିଲ ହେବେ। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଶରଦ ପାୱାରଙ୍କୁ ଦୌଡରେ ସାମିଲ କରିଥିଲା, କିନ୍ତୁ ଏନସିପି ମୁଖ୍ୟ ନିଜେ ଏଥିରୁ ବାହର ହୋଇଥିଲେ।