ରୋଟାରୀ କ୍ଲବ ପକ୍ଷରୁ ହାତଧୁଆ କାର୍ଯ୍ୟକ୍ରମ

Aug 2, 2018 - 14:30
 156
ରୋଟାରୀ କ୍ଲବ ପକ୍ଷରୁ ହାତଧୁଆ କାର୍ଯ୍ୟକ୍ରମ
ଅନୁଗୋଳ-୦୧.୦୮.୨୦୧୮ ଛାତ୍ରଛାତ୍ରୀମାନେ ନିୟମିତ ହାତ ଧୋଇବାକୁ ଅଭ୍ୟାସରେ ପରିଣତ ଉଚିତ୍ । ମଙ୍ଗଳବାର ରୋଟାରୀ କ୍ଲବ ପକ୍ଷରୁ ପିଟିସ ହାଇସ୍କୁଲଠାରେ ଆୟୋଜିତ ସ୍ୱଚ୍ଛଭାରତ, ସ୍ୱଚ୍ଛ ବିଦ୍ୟାଳୟ କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ଛାତ୍ରଛାତ୍ରୀଙ୍କୁ ଏ ପରାମର୍ଶ ଦେଇଛନ୍ତି ମୁଖ୍ୟ ଅତିଥି ଜିଲାପାଳ ଅନିଲ କୁମାର ସାମଲ । ନିୟମିତ ଭାବେ ହାତ ଧୋଇବଲେ ଶରୀରରୁ ୪୦ ଭାଗ ରୋଗ ବିନା ଔଷଧ ଓ ଚିକିସôାରେ ଭଲ ହୋଇଯାଇଥାଏ । ଛାତ୍ରଛାତ୍ରୀମାନେ ନିଜେ ନିୟମିତ ହାତ ଧୋଇବା ସହ ନିଜ ପିତାମାତା ଓ ଆତ୍ମୀୟ ସ୍ୱଜନଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ କ୍ଲବ୍ ଦ୍ୱାରା ରୋଟାରୀ ପବ୍ଲିକ୍ ସ୍କୁଲରେ ୨ଟି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୋଟିଏ ଓ ଟାଉନ୍ ଉଚ୍ଚ ବିଦ୍ୟାଳୟରେ ଗୋଟିଏ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଆଗାମୀ ଦିନରେ ଅନ୍ୟାନ୍ୟ ବିଦ୍ୟାଳୟ ଗୁଡ଼ିକରେ ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟାୟକ୍ରମେ କରାଯିବ ବୋଲି ଉପସ୍ଥିତ ରୋଟାରୀଆନ୍ମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ୍ ଡ଼. ଧରଣୀଧର ନାଥ, ଗୋପାଳକୃଷ୍ଣ ସିଂ, ନିର୍ମଳ କୁମାର ମିଶ୍ର, ନିଖିଲ ରଞ୍ଜନ ମିଶ୍ର, କିଶୋର କୁମାର ଦେହୁରୀ, ଜି.ଥୋମାସ୍, ଶକ୍ତି ସମ୍ବିତ ଗଡ଼ନାୟକ, ସୁଧିର କୁମାର ମିଶ୍ର, ସୁଜିତ କୁମାର ସାହୁ, ଯଜ୍ଞ ନାରାୟଣ ମିଶ୍ର, ସରୋଜ କୁମାର ସାହୁ, ସନ୍ଦୀପ ସିହ୍ନା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।