ରେକର୍ଡ କରୁଛି ତୈଳ ଦର, ଲଗାତାର ପଞ୍ଚମ ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ୍

Oct 24, 2021 - 04:56
 119
ରେକର୍ଡ କରୁଛି ତୈଳ ଦର, ଲଗାତାର ପଞ୍ଚମ ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ୍
ନୂଆଦିଲ୍ଲୀ : କ୍ରମାଗତ ୫ମ ଦିନରେ ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ । ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବଢ଼ି ଚାଲୁଛି । ଆଜି ଭୁବନେଶ୍ବରରେ ୩୬ ପଇସା ବୃଦ୍ଧି ପାଇ ପେଟ୍ରୋଲ୍ ଲିଟର୍ ପିଛା ୧୦୮ ଟଙ୍କା ୫୫ରେ ପହଞ୍ଚିଛି । ଡିଜେଲ୍ ଦର ମଧ୍ୟ ଲିଟରପିଛା ୩୯ ପଇସା ବୃଦ୍ଧି ପାଇ ୧୦୫.୯ ପଇସାରେ ପହଞ୍ଚିଛି । ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ଲିଟର୍ ପିଛା ୩୫ ପଇସା ବୃଦ୍ଧି ପାଇ ପେଟ୍ରୋଲ ୧୦୭ ଟଙ୍କା ୫୯ ପାଇସାରେ ବିକ୍ରି ହେଉଛି । ଡିଜେଲ୍ ଦର ମଧ୍ୟ ସମପରିମାଣରେ ବୃଦ୍ଧି ପାଇ ୯୬ ଟଙ୍କା ୩୨ରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ଲିଟର୍ ପିଛା ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଯଥାକ୍ରମେ୧୧୩.ଟଙ୍କା ୪୬ ଏବଂ ୧୦୪ ଟଙ୍କା ୩୮ପଇସାରେ ବିକ୍ରୟ ହେଉଛି। କୋଲକାତାରେ ପେଟ୍ରୋଲ୍ ଲିଟର୍ ପିଛା ୧୦୮ ଟଙ୍କା ୧୧ପଇସା ଓ ଡିଜେଲ୍ ଲିଟର୍ ପିଛା ୯୯ ଟଙ୍କା ୪୩ ପଇସା ରହିଛି । ଚେନ୍ନାଇରେ ଲିଟର୍ ପିଛା ପେଟ୍ରୋଲ୍ ଦର ରହିଛି ୧୦୪ ଟଙ୍କା ୫୨ ପଇସା ଏବଂ ଲିଟର୍ ପିଛା ଡିଜେଲ୍ ଦର ରହିଛି ୧୦୦ ଟଙ୍କା ୯ ପଇସା।