ରାଜ୍ୟରେ ବନ୍ଦ ହେବ ଏଲପିଟି କେନ୍ଦ୍ର

May 3, 2018 - 09:01
 137
କଟକ, ୧ା୫(ସକାଳଖବର): ଆଉ କିଛି ଦିନ ପରେ ନିପଟ ମଫସଲରେ ବସବାସ କରୁଥିବା ଲୋକମାନେ ସିଧାସଳଖ ଭାବେ ଦୂରଦର୍ଶନର କୌଣସି ଖବର କିମ୍ବା ଜନହିତକର ସମ୍ବାଦ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ଆଉ ଦେଖିପାରିବେ ନାହିଁ । କେବଳ ସେତିକି ନୁହେ ପ୍ରଧାନମନ୍ତ୍ରୀଙ୍କ ମନପସନ୍ଦ କାର୍ଯ୍ୟକ୍ରମ ‘ମନ କି ବାତ’ ମଧ୍ୟ ଶୁଣିପାରିବେନାହି । କାରଣ ହେଲା କେନ୍ଦ୍ର ସରକାର ସ୍ୱଳ୍ପ ଶକ୍ତି ସମ୍ପନ୍ନ ଟିଭି ରିଲେ କେନ୍ଦ୍ର ବନ୍ଦ କରିବା ପାଇଁ ଯାଉଛନ୍ତି । ସମଗ୍ର ଦେଶରେ ୭ଶହରୁ ଊଦ୍ଧ୍ୱର୍ ଏଲପିଟି କେନ୍ଦ୍ର ବନ୍ଦ ହେବାକୁ ଥିବାବେଳେ ଓଡ଼ିଶାର ୨୭୨ଟି ଟେରିଷ୍ଟ୍ରେରିଆଲ କିମ୍ବା ୧୭୫ ଏଲପିଟି କେନ୍ଦ୍ର ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ସେଥିମଧ୍ୟରେ ଭୁବନେଶ୍ୱର, ସୋନପୁର, ସମ୍ବଲପୁରର ଲୁତରପଙ୍କ, ରେଢାଖୋଲ, ସୋହେଲା, ତୁଷୁରା, ବାଲିଆପାଳ ଆଦି କେନ୍ଦ୍ର ବନ୍ଦ ହେବାକୁ ଯୋଜନା ରହିଛି । ଅନ୍ୟପକ୍ଷରେ କଟକ କେନ୍ଦ୍ରର ଆନାଲଗ ଟିଭି ଟ୍ରାନ୍ସମିଟର ବନ୍ଦ ହେବା ଫଳରେ ଏହାର ଆଖପାଖ ଅଞ୍ଚଳର ଉପଭୋକ୍ତା ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାରୁ ବଞ୍ଚôତ ହେଉଥିବା ଅଭିଯୋଗ ହୋଇଛି । ତେବେ ଦିନ ଥିଲା ଦୂରଦର୍ଶନ ଗାଁହହଳିରେ ଲୋକପ୍ରିୟ ଥିଲା । ଟିଭିରେ ଦେଉଥିଲା ଅନେକ ଆକର୍ଷଣୀୟ ସିରିଏଲ । ପୌରାଣିକ କଥାବସ୍ତୁ ଠାରୁ ହାସ୍ୟ ସିରିଏଲ ଦର୍ଶକଙ୍କ ମନ ପସନ୍ଦ ଥିଲା । ଯେଉଁ ସମୟରେ ଏହି ସବୁ ସିରିଏଲ ଆସୁଥିଲା ଲୋକମାନେ ସବୁ କାମ ବନ୍ଦ କରି ଟିଭି ପାଖରେ ବସିଯାଉଥିଲେ । ଏବେ କଥା ଭିନ୍ନ ହୋଇଯାଇଛି । ପ୍ରସାର ଭାରତୀ ବୋର୍ଡ ଏହିସବୁ କେନ୍ଦ୍ର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ଫଳରେ ବିନା କେବୁଲ ତଥା ବିନା ଡିସ ଆଣ୍ଟିନାରେ ଦୂରଦର୍ଶନ କାର୍ଯ୍ୟକ୍ରମ ଦେଖିବା ମଫସଲବାସୀଙ୍କୁ କଷ୍ଟସାଧ୍ୟ ହେବ । ଏପରି ଅଞ୍ଚଳରେ ବସବାସ କରୁଥିବ ନାହିଁ । ତେବେ ଟିଭି ରିଲେ କେନ୍ଦ୍ରରୁ ଡିଜିଟାଲ ଟେରେଷ୍ଟ୍ରିଆଲ ଟ୍ରାନ୍ସମିସନ(ଡିଟିଟି) ନିର୍ମାଣ କାର୍ଯ୍ୟ ବନ୍ଦ କରାନଯିବା, ଏଫଏମ ରେଡିଓ ଟ୍ରାନ୍ସମିସନ ରିଲେ କେନ୍ଦ୍ର ସ୍ଥାପନ, ବିବିଧ ଭାରତୀ କିମ୍ବା ଆଞ୍ଚଳିକ ଚ୍ୟାଲେଲ ସ୍ଥାପନ, ପ୍ରସାର ଭାରତୀ ଆଇନକୁ ବିଲୋପ କରି ଆକାଶବାଣୀ, ଦୂରଦର୍ଶନକୁ ପୁନର୍ବାର କେନ୍ଦ୍ର ସରକାରଙ୍କ ଅଧିନରେ ରଖାଯିବା ଆଦି ସଂପର୍କରେ ପଦକ୍ଷେପ ନେବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି ।