ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ,ସ୍ୱାଭାବିକ ତୁଳନାରେ ୭୦ ପ୍ରତିଶତ କମ୍

Jun 13, 2022 - 08:21
 69
ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ,ସ୍ୱାଭାବିକ ତୁଳନାରେ ୭୦ ପ୍ରତିଶତ କମ୍
ଭୁବନେଶ୍ୱର: ଜୁନରେ ରାଜ୍ୟରେ ନିଅଣ୍ଟିଆ ବର୍ଷା । ଜୁନ ୧ରୁ ୧୨ ତାରିଖ ମଧ୍ୟରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୧୨ ଦିନରେ ୧୦.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସ୍ୱାଭାବିକ ତୁଳନାରେ ୭୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ଜୁନରେ ୩ଟି ଜିଲ୍ଲାରେ ଆଦୌ ବର୍ଷା ହୋଇନଥିବା ସୂଚନା ମିଳିଛି । ଆଉ ୩ ଟି ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି । ଏନେଇ ରାଜ୍ୟ ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଜୁନ ଶେଷ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ମୌସୁମୀ ଡେରିରେ ପହଞ୍ଚିଲେ ବି ଅଧିକ ବର୍ଷା କରାଇବ । ତେବେ ଆସନ୍ତା ୧୭ ତାରିଖରେ ମୌସୁମୀ ଓଡିଶା ଛୁଇଁବ । ୧୭ରୁ ୨୧ ତାରିଖ ଭିତରେ ଉପକୂଳ ଓ ଆଭ୍ୟନ୍ତରରେ ଅଧିକ ବର୍ଷା ହେବ । ଏନେଇ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।