ବସ ଧକ୍କାରେ ଚାଲିଗଲା ସାନ ଝିଅର ଜୀବନ, ବାପା ଓ ବଡ଼ ଝିଅ ଗୁରୁତର

May 9, 2023 - 06:21
 28
ବସ ଧକ୍କାରେ ଚାଲିଗଲା ସାନ ଝିଅର ଜୀବନ, ବାପା ଓ ବଡ଼ ଝିଅ ଗୁରୁତର
ବଲାଙ୍ଗୀର: ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ-୫୭ର ଗଇଁତଲା ଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବାଇକରେ ଯାଉଥିବା ବାପା ଓ ୨ ଝିଅଙ୍କୁ ବସ୍ ଧକ୍କା ଦେବା ଫଳରେ ସାନ ଝିଅର ଜୀବନ ଚାଲିଯାଇଥିବା ବେଳେ ବାପା ଓ ବଡ଼ ଝିଅ ଛିଟିକି ପଡ଼ି ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ପୁଇଁତଲା ବ୍ଲକ ବ୍ରାହ୍ମଣୀପାଲିର ବୀଣାପାଣି ପାଣ୍ଡେ ତାଙ୍କର ଦୁଇ ଝିଅଙ୍କ ସହିତ ଆଧାରକାର୍ଡ଼ ଅପଡେଟ ପାଇଁ ପୁଇଁତଲା ବ୍ଲକକୁ ଆସୁଥିଲେ। ହଠାତ ଦ୍ରୁତ ଗତିରେ ଆସୁଥିବା ଘରୋଇ ବସ ବାଇକକୁ ପଛପଟୁ ଧକ୍କା ଦେବା ସହ ବାଇକୁ ଘୋଷାଡ଼ି ନେଇଥିଲା। ଏହାଫଳରେ ଘଟଣାସ୍ଥଳରେ ୧୪ ବର୍ଷୀୟା ସାନ ଝିଅର ମୃତ୍ୟୁ ହୋଇଛି। ବଡ଼ ଝିଅ ଓ ବାପା ବଲାଙ୍ଗୀର ହସ୍ପିଟାଲରେ ଭର୍ତି ହୋଇଛନ୍ତି। କ୍ଷତିପୂରଣ ଦାବିରେ ଗଇଁତଲା ଛକଠାରେ ଉତ୍ତ୍ୟକ୍ତ ଲୋକେ ଶବ ରଖି ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି। ପୁଇଁତଲା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।