ଯାତ୍ରୀବାହୀ ବସକୁ ପଛରୁ ଧକ୍କା ଦେଲା ଟ୍ରକ, ୭ ଆହତ

Jun 15, 2018 - 14:57
 135
ବାରିପଦା:୧୫/୦୬(ସକାଳକବର)- ବାରିପଦାରୁ ଝାଡ଼ଖଣ୍ଡ ରାଜ୍ୟର ଚାକୁଳିଆକୁ ଯାଉଥିବା ଟାରଜନ ଯାତ୍ରୀବାହୀ ବସକୁ ୧୮ ନମ୍ବର ଜାତୀୟ ରାଜପଥର ଗୋଲାମୁଣ୍ଢାକଟା ନିକଟରେ ପଛରୁ ଏକ ପିଚୁ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ବସର ଯାତ୍ରୀ ମୟୂରଭଞ୍ଜ ଜିଲ୍ଲା ପ୍ରତାପପୁର ଅଞ୍ଚଳର ନୀଳକଣ୍ଠ ଗିରି(୬୫), ସୁବର୍ଣ୍ଣ ମହାନ୍ତ(୫୦) ଗିଧିବସା, ତାରାପଦ ମୁଣ୍ଡା(୪୨) କାଣିମହୁଲୀ, ପ୍ରିୟଦର୍ଶିନୀ ଉପାଧ୍ୟାୟ(୩୦) ଉଦଳା, ଆରତୀ ପରିଚ୍ଛା(୫୪) ନାଫ୍ରି, ଲୋକନାଥ ସାହୁ(୫୦) ପ୍ରମୁଖଙ୍କ ସମେତ ବସର ହେଲପର ମଣିଷ ମୁଣ୍ଡିଆ ଗ୍ରାମର ଧୀରେନ୍ଦ୍ର ଚାନ୍ଦ(୫୩) ଗୁରୁତ୍ତର ଭାବେ ଆହତ ହୋଇଥିଲେ । ଆହତ ବସ ଯାତ୍ରୀମାନଙ୍କୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।