ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ଅପରାଜିତା

Apr 13, 2022 - 09:49
 54
ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ଅପରାଜିତା
ଭୁବନେଶ୍ୱର : ଆଜି ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । କରୋନା ଯୋଗୁଁ ଦୁଇ ବର୍ଷ ହେଲା ଉତ୍ସବ ହୋଇନଥିବାବେଳେ ଚଳିତ ବର୍ଷ ଜାକଜମକରେ ଏହି ଉତ୍ସବ ପାଳିତ ହେଉଛି । ତେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏହି ଉତ୍ସବକୁ ଡକାଯାଇନାହିଁ । ଯାହାକୁ ନେଇ ବେଶ ତୁମ୍ବିତୋଫାନ ହୋଇଛି । ସାଧାରଣତଃ ପ୍ରତିବର୍ଷ ଭୁବନେଶ୍ୱରର ପ୍ରତିଷ୍ଠା ଦିବସରେ ସ୍ଥାନୀୟ ସାଂସଦଙ୍କୁ ଆମନ୍ତ୍ରଣ କରାଯାଇଥାଏ । ଅପରପକ୍ଷରେ ଏନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ ଉଠାଇଥିଲେ । ବହୁ ରାଜନେତା ଓ ଅଧିକାରୀଙ୍କୁ ପ୍ରତିଷ୍ଠା ଦିବସ ପାଇଁ ନିମନ୍ତ୍ରଣ କରାଯାଇଥିଲେବି ତାଙ୍କୁ ଡକାଯାଇନାହିଁ । ସେ କ’ଣ ଭୁଲ କଲେକି ବୋଲି ଟ୍ୱିଟରେ ପ୍ରଶ୍ନ କରିଥିଲେ । ଏନେଇ ସୋସିଆଲ ମିଡ଼ିଆରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଅପରାଜିତାଙ୍କୁ ଡାକିବା ଉଚିତଥିଲା ବୋଲି ସମସ୍ତେ କହିଛନ୍ତି । ପରେପରେ ଅପରାଜିତା ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜଧାନୀ ପ୍ରତିଷ୍ଠା ଉତ୍ସବକୁ ଡକାଯାଇନଥିବାରୁ ସେ ଚିଠି ଲେଖିଛନ୍ତି । ରାଜଧାନୀର ଲୋକପ୍ରତିନିଧି ଭାବେ ଆମନ୍ତ୍ରଣ ପାଇବା ତାଙ୍କର ଅଧିକାର । ତେବେ ଏହା ସାମ୍ବିଧାନିକ ପଦବୀ ପାଇଁ ଅସମ୍ମାନ ବୋଲି ସେ କହିବା ସହ ଘଟଣାର ତଦନ୍ତ କରିବାକୁ କହିଛନ୍ତି । ଯେଉଁମାନେ ଦାୟୀ ସେମାନଙ୍କୁ ଚିହ୍ନଟ କରିବାକୁ ଅନୁରୋଧ କରିଛନ୍ତି । ଯାହାକୁ ନେଇ ଏବେ ରାଜନୀତି ଜୋରଧରିଛି ।