ଶ୍ରୀମନ୍ଦିରରୁ ହଟିଲା କରୋନା କଟକଣା; ଏବେ ରବିବାର ଖୋଲିବ ଶ୍ରୀମନ୍ଦିର

Mar 12, 2022 - 14:03
 49
ଶ୍ରୀମନ୍ଦିରରୁ ହଟିଲା କରୋନା କଟକଣା; ଏବେ ରବିବାର ଖୋଲିବ ଶ୍ରୀମନ୍ଦିର
ପୁରୀ ୧୨/୦୩ : ଏଣିକି ରବିବାର ଶ୍ରୀମନ୍ଦିର ଭକ୍ତ ମାନଙ୍କ ପାଇଁ ଖୋଲା ରହିବ। ଆାସନ୍ତା ମାର୍ଚ୍ଚ ୨୦ ତାରିଖ ରବିବାର ଠାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ଦ୍ୱାର ଫିଟା ଠାରୁ ପହଡ଼ ପଡ଼ିବା ପର୍ଯ୍ୟନ୍ତ ଭକ୍ତମାନେ ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ଦର୍ଶନ କରିପାରିବେ। ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି । ସୂଚନାଥାଉକି, କରୋନା କଟକଣା ଯୋଗୁ ପୂର୍ବରୁ ରବିବାରରେ ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ବନ୍ଦ ରହୁଥିଲା ।