ମହାନଦୀରେ ଚାଲିଛି ୨ ନିଖୋଜ ଛାତ୍ରଙ୍କ ସର୍ଚ୍ଚ ଅପରେଶନ

Apr 11, 2022 - 05:42
 58
କଟକ: ମହାନଦୀରେ ଚାଲିଛି ୨ ନିଖୋଜ ଛାତ୍ରଙ୍କ ସର୍ଚ୍ଚ ଅପରେଶନ । ଗାଧୋଇବାକୁ ଯାଇ କଟକ ମହାନଦୀରେ ବୁଡ଼ିଯାଇଥିବା ୩ ଛାତ୍ରଙ୍କ ମଧ୍ୟରୁ ଏବେ ବି ନିଖୋଜ ଅଛନ୍ତି ୨ଜଣ । ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ୟ୍ୟ ସ୍ଥଗିତ ରହିଥିଲା । ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ । ଅଗ୍ନିଶମ ବାହିନୀ ସମେତ ଓଡ୍ରାଫ ଓ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି । ମୃତ ଛାତ୍ର ହେଲେ ସାହିଲ ଖାନ୍ । ସେହିପରି ନିଖୋଜ ଥିବା ଦୁଇ ଛାତ୍ର ହେଲେ ଆୟୁର ଖାନ୍ ଓ ସିଦ୍ଧିକ ଖାନ୍ । ସୂଚନା ଯୋଗ୍ୟ ଯେ, ଗତକାଲି ମହାନଦୀରେ ଘଟିଥିଲା ଅଘଟଣ । ଗାଧୋଇବା ବେଳେ ତିନି ଯୁବକ ଭାସିଯାଇଥିଲେ । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ୨ ଜଣ ବର୍ତ୍ତମାନ ନିଖୋଜ ରହିଛନ୍ତି । ମିଳିଥିବା ସୂଚନା ମୁତାବକ ଯୋବ୍ରା ବ୍ୟାରେଜକୁ ଗାଧୋଇବା ପାଇଁ ଯାଇଥିଲେ ତିନି ଯୁବକ । ଏବଂ ଗୋଧୋଇବା ବେଳେ ଘଟିଥିଲା ଏହି ବଡ଼ ଅଘଟଣ । ୩ଜଣ ଯୁବକ ମହାନଦୀରେ ଭାସି ଯାଇଥିଲେ ।