ମଦ ନେଲା ୨ ମହିଳାଙ୍କ ଜୀବନ

Nov 21, 2018 - 18:20
 210
ମଦ ନେଲା  ୨ ମହିଳାଙ୍କ ଜୀବନ
ଅନୁଗୋଳ, ୨୧/୧୧ (ସକାଳଖବର): ମଦ ଯୋଗୁଁ କେତେ ଯେ ଘଟଣା ଘଟୁଛି ତାହା କଳ୍ପନା ବାହାରେ । ତଥାପି ବଢ଼ି ଚାଲିଛି ମଦ କାରବାର । ପୁଣି ସରକାର ମଦ ବ୍ୟବସାୟ ପାଇଁ ଦେଉଛନ୍ତି ସ୍ୱିକୃତୀ । ଆଉ ଆଜି ମଦ ପିଇ ୨ଜଣ ନିରୀହ ମହିଳାଙ୍କର ଜୀବନ ଯାଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଅଞ୍ଚଳରେ । ଘଟଣାରୁ ପ୍ରକାଶ ଯେ, ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳର ବିମଳା ନାୟକ ଓ ବୁଦୁନୀ ନାୟକ ପୁରୁଣାଗଡ଼ ଚନ୍ଦନପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ କାମ କରନ୍ତି । ଏମାନଙ୍କ ସହିତ ଆଉ ୮ଜଣ ମହିଳା ମଧ୍ୟ ଏହି ଫାର୍ମରେ କାମ କରୁଛନ୍ତି । ତେବେ ଗତକାଲି ରାତିରେ ଏହି ଦୁଇ ମହିଳା ନିକଟସ୍ଥ ମଦ ଭାଟିକୁ ଯାଇ ମଦ ପିଇ ଆସିଥିଲେ । ଆଜି ସକାଳେ ସେମାନେ ଶୋଇବା ଶେଜରୁ ଉଠିନଥିଲେ । ସେମାନଙ୍କୁ ତାଙ୍କ ସହିତ ରହୁଥିବା ମହିଳାମାନେ ଉଠାଇବା ପରେ ସେମିତି ପଡ଼ି ରହିଥିଲେ । ଏହାପରେ ବୁଦୁନୀ ଓ ବିମଳାକୁ ତୁରନ୍ତ ଚିକିସôା ପାଇଁ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡ଼ାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚô ତଦନ୍ତ ଚଳାଇଛି । ସୂଚନା ଯେ, ମହିଳା ୨ଜଣ ମଦ୍ୟ ପାନ କରିଥିବା କାରଣରୁ ମୃତ୍ୟୁ ଘଟିଛି କି ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ଜଣାନାହିଁ ।