ବଢ଼ିଲା ଦିନ ତାପମାତ୍ରା: ରାଜ୍ୟର କିଛି ସ୍ଥାନରେ ଗରମ, କିଛିରେ ଥଣ୍ଡା

Jan 24, 2023 - 06:21
 36
ବଢ଼ିଲା ଦିନ ତାପମାତ୍ରା: ରାଜ୍ୟର କିଛି ସ୍ଥାନରେ ଗରମ, କିଛିରେ ଥଣ୍ଡା
ଭୁବନେଶ୍ବର : ରାଜ୍ୟରେ ଗତକାଲି ପାଗ ଖରାଟିଆ ରହିଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହିଭଳି ପାଗ ଜାରି ରହିବ। ଅପେକ୍ଷାକୃତ ଭାବେ ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇଛି। ସମ୍ବଲପୁରଠାରେ ସର୍ବୋଚ୍ଚ ତାପମାତ୍ରା ୩୩.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୩୩ ଡିଗ୍ରି, ଭୁବନେଶ୍ବର ଓ ଝାରସୁଗୁଡ଼ାରେ ୩୨.୮ଡିଗ୍ରି, ଅନୁଗୁଳରେ ୩୨.୭ଡିଗ୍ରି, ଭଦ୍ରକରେ ୩୨.୫ ଡିଗ୍ରି ଓ ସୋନପୁରରେ ୩୨.୩ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟର କିଛି କିଛି ସ୍ଥାନରେ ଶୀତ ମଧ୍ୟ ବଢ଼ିଛି। ଗତ ରାତିରେ ଜି. ଉଦୟଗିରିଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ ହୋଇଥିବା‌ ବେଳେ ଫୁଲବାଣୀରେ ୯ ଡିଗ୍ରି ରହିଥିଲା। ଭୁବନେଶ୍ବରରେ ମଧ୍ୟ କିଛି ମାତ୍ରାରେ ପାରଦସ୍ତର ତଳକୁ ଖସିବା ସହ ରାତି ତାପମାତ୍ରା ୧୬ଡିଗ୍ରି ‌ରେକର୍ଡ ହୋଇଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଏହିଭଳି ରହିବ। ଘନ କୁହୁଡ଼ି ହେବାର ବିଶେଷ ସମ୍ଭାବନା ନାହିଁ। ଆସନ୍ତାକାଲି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଧା, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ଓ ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।