ବିସ୍ଥାପିତଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଏନଏଚଆରସିଙ୍କ ନିଦେ୍ର୍ଧଶ

Sep 16, 2018 - 18:10
 193
ବିସ୍ଥାପିତଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଏନଏଚଆରସିଙ୍କ ନିଦେ୍ର୍ଧଶ
ଭୁବନେଶ୍ୱର,୧୬/୯ (ସକାଳଖବର): ଅନୁଗୁଳ ଜିଲ୍ଲା ପାଲଲହଡା ତହସିଲର ଖମାର ପୋଲିସ୍ ଥାନା ଅନ୍ତର୍ଗତ ସାନ୍ଦା , ବାଙ୍କୁଳି, ହେଂସାଳ ,ମଗରମନା ଓ ଜଗନ୍ନାଥପୁର ଅଂଚଳରେ ଥିବା ଜଙ୍ଗଲ ଜମିରେ ବର୍ଷ ବର୍ଷ ଧରି ବସବାସ କରିଆସୁଥିବା ବାବୁଲି ସାହୁ, ଚନ୍ଦ୍ରଧର ସାହୁଙ୍କ ସମେତ ୫୦ ଜଣ ଗ୍ରାମବାସୀଙ୍କୁ ପରିବାର ସହିତ ବେଆଇନ୍ ଭାବେ ଉଚ୍ଛେଦ କରାଯାଇଛି । ରାଜନୈତିକ ଚାପରେ ପୋଲିସ୍ ଓ ସ୍ଥାନୀୟ ପ୍ରଶାସନ ଏହି ଉଚ୍ଛେଦ କରିଛନ୍ତି । ଅନ୍ୟପକ୍ଷରେ ସେହି ଅଂଚଳର ଆଉ କିଛି ଲୋକ ସେହି ସମାନ ଜାଗାରେ ଇନ୍ଦିରା ଆବାସ ସହ ପାଣି ଓ ବିଦ୍ୟୁତ୍ ସଂଯୋଗ ମଧ୍ୟ ପାଇଛନ୍ତି । ବର୍ତମାନ ବର୍ଷା ସମୟରେ ଉଚ୍ଛେଦ ହୋଇଥିବା ପରିବାର ଖୋଲା ଆକାଶ ତଳେ ଦିନ କଟାଉଛନ୍ତି । ଏସମ୍ପର୍କରେ ହ୍ୟୁମାନ୍ ରାଇଟସ୍ ୱାଚ୍ ର ସମ୍ପାଦିକା ସଂଗୀତା ସ୍ୱାଇଁ ଗତ ଅଗଷ୍ଟ ୧୬ ତାରିଖରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେସମ୍ପର୍କରେ ଜଣାଇବା ପାଇଁ ଏନଏଚଆରସି ଗତ ୧୩ ତାରିଖ ଦିନ ଓଡିଶା ମାନବିକ ଅଧିକାର କମିଶନଙ୍କ ନିକଟକୁ ଚିଠି ଲେଖିଛନ୍ତି ।ଶ୍ରୀମତୀ ସ୍ୱାଇଁ ଅଭିଯୋଗ ଫର୍ଦ୍ଧରେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ଓ ପୋଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବା ସହ ଜଙ୍ଗଲ ଅଧିକାର ଆଇନ୍ ଅନୁଯାୟୀ ପୀଡିତ ମାନଙ୍କୁ କ୍ଷତିପୂରଣ ବାବଦରେ ୧୦ ଲକ୍ଷ ଟଙ୍କା ଓ ଜମି ଯୋଗାଇ ଦେବାକୁ ଦାବି କରିଛନ୍ତି ।