ବିଶ୍ବାସଘାତକମାନଙ୍କୁ ଖୋଜୁଛି ୟୁକ୍ରେନ୍‌ ସହର; ସମସ୍ତଙ୍କୁ ଶାସ୍ତି ଦିଆଯିବ

Dec 11, 2022 - 07:33
 35
ବିଶ୍ବାସଘାତକମାନଙ୍କୁ ଖୋଜୁଛି ୟୁକ୍ରେନ୍‌ ସହର; ସମସ୍ତଙ୍କୁ ଶାସ୍ତି ଦିଆଯିବ
ଖେର୍‌ସନ୍‌: ୟୁକ୍ରେନ୍‌ର ଖେର୍‌ସନ୍‌ ନଗରୀ ଅଧିକାର କରିବାରେ ମସ୍କୋକୁ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ଧରି ଶାସ୍ତି ଦେବା ପାଇଁ ସରକାରୀ ଅଧିକାରୀମାନେ ତତ୍ପର ହୋଇ ଉଠିଛନ୍ତି। ସେହି ଅଭିଯାନ‌ରେ, ନିପ୍ରୋ ନଦୀର ୟୁକ୍ରେନ୍‌ ନିୟନ୍ତ୍ରଣାଧୀନ ପଶ୍ଚିମ ତଟ ଓ ରୁଷ୍‌ ଅଧିକୃତ ପୂର୍ବ ତଟକୁ ପୃଥକ୍‌ କରୁଥିବା ‘ଗ୍ରେ ଜୋନ୍‌’ ଅନ୍ତର୍ଗତ ଗୋଟାଏ ଦ୍ବୀପରୁ ୟୁକ୍ରେନ୍‌ ପୁଲିସ ଦୁଇଜଣ ବିଶ୍ବାସଘାତକଙ୍କୁ ବନ୍ଧୁକ ଦେଖାଇ ଧରିଛନ୍ତି। ବୋଟ୍‌ରେ ଆସିଥିବା ସେ ଦୁଇଜଣ ସ୍ଥାନାନ୍ତରିତ ହେଉଥିବା କଥା କହିଥିଲେ ବି ପୁଲିସ ସେମାନଙ୍କ କଥାରେ ଗୁରୁତ୍ବ ଦେଇ ନ ଥିଲା। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, କେବଳ ବନ୍ଦରରେ ହିଁ ଜନସ୍ଥାନାନ୍ତରଣ ସ୍ବୀକୃତିପ୍ରାପ୍ତ। ଏଠାରେ ଜନସ୍ଥାନାନ୍ତରଣ ବେଆଇନ। ବନ୍ଦରରେ ‘ଷ୍ଟାବିଲାଇଜେସନ୍‌ ମେଜର୍‌’ ଦାୟିତ୍ବରେ ଥିବା ସରକାରୀ ଅଧିକାରୀମାନେ ଯାଞ୍ଚ କରି ଦେଖିବେ ଯେ, ସ୍ଥାନାନ୍ତରଣ ହେଉଥିବା ଲୋକମାନେ ରୁଷୀୟ ଅଧିକୃତଙ୍କୁ ସହଯୋଗ କରିଥିଲେ କି, ନାହିଁ।