ବିବାହ ବନ୍ଧନରେ ବାନ୍ଧି ହେଲେ KKRର ଏହି ତାରକା ବୋଲର, ଟୁଇଟ୍ କରି ଦେଲେ ସୂଚନା

Mar 20, 2022 - 12:08
 55
ବିବାହ ବନ୍ଧନରେ ବାନ୍ଧି ହେଲେ KKRର ଏହି ତାରକା ବୋଲର, ଟୁଇଟ୍ କରି ଦେଲେ ସୂଚନା
ନୂଆଦିଲ୍ଲୀ ୨୦।୦୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୨ ଆରମ୍ଭ ହେବାକୁ ଆଉ ମାତ୍ର ୫ ଦିନ ବାକି ରହିଛି। ମାର୍ଚ୍ଚ ୨୬ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ମଧ୍ୟରେ ଆଇପିଏଲ ୧୫ତମ ସଂସ୍କରଣର ଉଦଘାଟନୀ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କେକେଆରର ଦ୍ରୁତ ବୋଲର ଟିମ୍ ସାଉଦି। ନ୍ୟୁଜିଲାଣ୍ଡର ତାରକା ବୋଲର ଟିମ୍ ସାଉଦି ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସାଉଦି ନିଜର ଦୀର୍ଘ ଦିନର ବାନ୍ଧବୀ ବ୍ରାୟାଙ୍କୁ ବିବାହ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଭଲ ପାଉଥିଲେ ଏବଂ ୨୦୧୯ରେ ଉଭୟ ନିର୍ବନ୍ଧ କରିଥିଲେ। ଟିମ୍ ସାଉଦି ନିଜର ଫଟୋ ପୋଷ୍ଟ କରି ଲେଖିଛନ୍ତି ‘ଫରଏଭର’। ୩୩ ବର୍ଷୀୟ ଟିମ୍ ସାଉଦିଙ୍କୁ ଏଥର ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ନଜର ଆସିବେ। କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ଫଟୋ ଟୁଇଟ୍ କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛି ଏବଂ ଲେଖିଛି ଶୀଘ୍ର ଦେଖାହେବ। ସାଉଦି ନ୍ୟୁଜିଲାଣ୍ଡ ପକ୍ଷରୁ ୮୫ ଟେଷ୍ଟ ଖେଳି ୩୩୮ ଓ୍ଵିକେଟ୍ ନେଇ ସାରିଛନ୍ତି। ୧୪୩ ଦିନିକିଆରେ ତାଙ୍କ ନାମରେ ୧୯୦ ଓ୍ଵିକେଟ୍ ରହିଛି। ସେହିପରି ୯୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୧୧ ଓ୍ଵିକେଟ୍ ନେଇଛନ୍ତି। କେକେଆର ସାଉଦିଙ୍କୁ ୧.୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି। ସାଉଦି ଆଇପିଏଲରେ ଏ ପର୍ଯ୍ୟନ୍ତ ୪୩ଟି ମ୍ୟାଚ୍‌ରୁ ୩୧ ଓ୍ଵିକେଟ୍ ନେଇଛନ୍ତି। ସେ ଏ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଆଇପିଏଲ ଖେଳିଛନ୍ତି।