ବିଜୁଳି ସଂଯୋଗରୁ ବଞ୍ଚôତ ଗ୍ରାମବାସୀ ଘେରିଲେ ସେସୁ କାର୍ଯ୍ୟାଳୟ

Dec 4, 2018 - 19:14
 190
ବିଜୁଳି ସଂଯୋଗରୁ ବଞ୍ଚôତ ଗ୍ରାମବାସୀ ଘେରିଲେ ସେସୁ କାର୍ଯ୍ୟାଳୟ
ଅନୁଗୋଳ,୪/୧୨(ସକାଳଖବର):କେନ୍ଦ୍ର ଓ ରାଜ୍ୟ ସରକାର ସବୁ ଘରକୁ ବିଜୁଳି ସଂଯୋଗ କରିବା କଥା କହି ବ୍ୟାପକ ପ୍ର·ର କରୁଥିବାବେଳେ ବାସ୍ତବରେ ଗ୍ରାମାଞ୍ଚଳରେ ବହୁ ପରିବାର ଆଜି ମଧ୍ୟ ବିଜୁଳି ସେବାରୁ ବଞ୍ଚôତ ହୋଇରହିଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତକୁ ଅନୁଗୁଳ ଜିଲ୍ଲାରୁ ବିଦୁ୍ୟତ୍ ସରବରାହ ହେଉଥିବାବେଳେ ଜିଲ୍ଲାରେ ବହୁ ପରିବାର ଏବେ ମଧ୍ୟ ଅନ୍ଧାରରେ କାଳାତିପାତ କରୁଛନ୍ତି । ଅନୁଗୁଳ ସହର ଉପକଣ୍ଠସ୍ଥ କାଙ୍ଗୁଲା-ବେନ୍ତପୁର ପଞ୍ଚାୟତର ନୂଆସାହି ଗ୍ରାମର ଶତାଧିକ ଗ୍ରାମବାସୀ ବିଦୁ୍ୟତ୍ ଉପଭୋକ୍ତା ସଂଗ୍ରାମ କମିଟି ନେତୃତ୍ୱରେ ବିଜୁଳି ସଂଯୋଗ ଦାବିରେ ବିଜୁ ମଇଦାନ ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବାସହ ସେସୁ କାର୍ଯ୍ୟାଳୟ ଘେରାଓ କରିଥିଲେ । ଯୁବ ସଂଗଠକ ବିଷ୍ଣୁ ସାହୁଙ୍କ ପରି·ଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ)ର ଜିଲ୍ଲା କମିଟି ସଭ୍ୟ ବ୍ରଜବନ୍ଧୁ ସାହୁ, ନବକିଶୋର ପ୍ରଧାନ, ମାନସ ପାଳ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ର·ର ସର୍ବସ୍ୱ ଯୋଜନା ଓ ପ୍ରଶାସନିକ ଉଦାସୀନତାକୁ ସମାଲୋଚନା କରିବାସହ ଗ୍ରାମବାସୀଙ୍କୁ ଅବିଳମ୍ବେ ବିଦୁ୍ୟତ୍ ସଂଯୋଗ କରିବାକୁ ଦାବି କରିଥିଲେ । ସେସୁ ଅଧିକାରୀମାନେ ବିକ୍ଷୋଭସ୍ଥଳକୁ ଆସି ଚଳିତ ମାସ ଶେଷ ସୁଦ୍ଧା ବିଜୁଳି ସଂଯୋଗ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ଶେଷ ହୋଇଥିଲା । କମିଟିର କର୍ମକର୍ତ୍ତା ରୀତା ଓଝା, ବାସନ୍ତି ପ୍ରଧାନ, ସୁକାନ୍ତି ସାହୁ, ଚପଳା ବେହେରା, ଝିଲି ଖିଲାର, ମମତା ବେହେରା, ଗୁନି ବେହେରା, ଶାନ୍ତିଲତା ବିଶ୍ୱାଳ, ଝାଟି ବେହେରା, କୁନି ପ୍ରଧାନଙ୍କ ସହ ନିରଞ୍ଜନ ନାୟକ, ଶାଶ୍ୱତ ସାହୁ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ଥିଲେ ।