ବାଣପୁରରେ ପ୍ରଧାନ ବିଚାରପତି

Jun 2, 2018 - 19:00
 156
ବାଣପୁରରେ ପ୍ରଧାନ ବିଚାରପତି
କଟକ,୨/୬(ସକାଳଖବର): ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଆଜି ବାଣପୁରଠାରେ ମା’ ଭଗବତୀଙ୍କୁ ଦର୍ଶନ କରିବା ସହ ନିଜ ପୈତୃକ ଘରେ ଅବସ୍ଥାନ କରିଛନ୍ତି । ଗତକାଲି ସେ କଟକରେ ପହଞ୍ଚି ଶ୍ରୀବିହାରସ୍ଥିତ ନିଜ ବାସଭବନରେ ଅବସ୍ଥାନ କରିଥିଲେ । ଆସନ୍ତାକାଲି ଜଷ୍ଟିସ ମିଶ୍ର ପୁରୀଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।