ବାଘୁଣୀ ସୁନ୍ଦରୀକୁ କାବୁ କରିବାକୁ ୪ଟି ବିଶେଷଜ୍ଞବଦଳଙ୍କ କସରତ

Sep 26, 2018 - 16:45
 551
ବାଘୁଣୀ ସୁନ୍ଦରୀକୁ କାବୁ କରିବାକୁ ୪ଟି ବିଶେଷଜ୍ଞବଦଳଙ୍କ କସରତ
ଅନୁଗୋଳ ୨୬/୯ (ସକାଳଖବର): ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିବା ବାନ୍ଧବଗଡ଼ ବାଘୁଣୀ ସୁନ୍ଦରୀକୁ ନେଇ ସମସ୍ୟା ବଢ଼ୁଥିବା ବେଳେ ବନ ବିଭାଗ ପାଇଁ ମୁଣ୍ଡ ବିନ୍ଦାର କାରଣ ପାଲଟିଥିଲା । ବହୁ ତର୍ଜମା ଓ ଆଲୋଚନା ପରେ ଶେଷରେ ତାହାକୁ ବାକୁ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଆଜିଠାରାୁ ସୁନ୍ଦରୀକୁ ଧରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ୨/୩ଦିନ ମଧ୍ୟରେ ଯେମିତି ହେଲେ ସୁନ୍ଦରୀକୁ ବାକୁ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ୧୨ ତାରିଖଠାରୁ ଅଭୟାରଣ୍ୟର ବିଭିନ୍ନ ଗ୍ରାମକୁ ଯାଇ ସୁନ୍ଦରୀ ମଣିଷ ଓ ଗୋରୁ ଆକ୍ରମଣ କରିବା ସହିତ ବନବାସୀଙ୍କର ଅସନ୍ତୋଷର କାରଣ ହୋଇଥିଲା । ଗତ ୧୦ ଦିନ ହେଲା ବାଘୁଣୀ ଆଠମଲିକ ବନଖଣ୍ଡ ହାତୀଧର ଜଙ୍ଗଲରେ ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସୁନ୍ଦରୀକୁ ଧରିବା ପାଇଁ ୱାଇଡ଼ଲାଇଫ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ, ଡ଼ବ୍ଲ୍ୟୁସିସି, ସ୍ୱେଶାଲ ଇନଭେଷ୍ଟିକେସନ, ନନ୍ଦନ କାନନ ଓ ଭୂବନେଶ୍ୱର ପିସିସିଏଫର ଟିମ ମଙ୍ଗଳବାର ରାତିରେ ଏଠାରେ ପହଞ୍ଚିଛି । ପୂର୍ବରୁ ଡ଼ବ୍ଲ୍ୟୁଆଇଆଇ ଇଣ୍ଡିଆର ଏକ ଟିମ ରହି ଗତିବିଧି ଲକ୍ଷ ରଖୁଥିବାବେଳେ ୧୫୦ ଜଣ ପୋଲିସ ଓ ବନକର୍ମଚାରୀ ବାଘୁଣୀ ସହ ଗ୍ରାମବାସୀଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ଇତିମଧ୍ୟରେ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକଙ୍କ କାର୍ଯ୍ୟାଳୟ ଓ ଆଠମଲ୍ଲିକ ବନଖଣ୍ଡ କାର୍ଯ୍ୟାଳୟରେ ରଖାଯାଇଥିବା ୮ଫୁଟ ଲମ୍ବା ଓ ୪ ଫୁଯ ଉଚ୍ଚତାର ଯନ୍ତାକୁ ୪ଦିନ ପୂର୍ବରୁ ଆଠମଲ୍ଲିକ ବନଖଣ୍ଡ କାର୍ଯ୍ୟାଳୟକୁ ଅଣାଯାଇଛି । ପ୍ରତ୍ୟେକ ଦଳରେ ବାଘୁଣୀକୁ ନିଶ୍ଚେତକ ପ୍ରୟୋଗ କରିବା ପାଇଁ ବିଶେଷଜ୍ଞ ଥିବା ସହିତ ସୁଯୋଗ ଅପେକ୍ଷାରେ ସେମାନେ ଅଛନ୍ତି । ବାନ୍ଧବ ଗଡ଼ରୁ ଆସିଥିବା ଏହି ସୁନ୍ଦରୀ ବାଘୁଣୀ ସେଠାରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହିତ ମଣିଷମାନଙ୍କୁ ସବୁବେଳେ ପାଖରୁ ଦେଖି ଆସିଥିବାରୁ ସେ ସାତକୋଶିଆର କୋର ଏରିଆରେ ନିଜକୁ ଖାପ ଖୁଆଇ ପାରିନଥିଲା । ଏହି ପରିପେକ୍ଷିରେ ସୁନ୍ଦରୀର ଆଚରଣକୁ ନେଇ ବହୁ ତର୍ଜମା କରାଯିବା ସହିତ ନିୟମିତ ଜନବସତି ଅଞ୍ଚଳକୁ ଆସୁଥିବାରୁ ତାକୁ ପୁନର୍ବାର ନେଇ କୋର ଏରିଆରେ ଛଡ଼ାଗଲେ ହୁଏତ ପୁଣି ଜନବସତିକୁ ନଆସିବ ସେ କଥା ଏବେ ଠାରୁ ଆକଳନ କରିବା ବନ ବିଭାଗ ପାଇଁ କାଠିକର ପାଠ ହୋଇଛି । ତେଣୁ ଯନ୍ତାରେ ଧରାଯିବାପରେ ତାକୁ ନେଇ ବନ ବିଭାଗ କେଉଁଠି ଥଇଥାନ କରିବେ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇନାହିଁ । କିନ୍ତୁ ବାଘୁଣୀକୁ କାବୁ କରି ପୁଣି ଏନକ୍ଲୋଜରରେ ରଖିବାକୁ ସ୍ଥିର କରାଯାଇଥିବା ଜଣାଯାଇଛି ।