ବଲାଙ୍ଗୀର କଂଗ୍ରେସକୁ ଝଟକା : ଦଳ ଛାଡିଲେ ୯ ନେତା

Apr 5, 2019 - 04:06
 138
ଭୁବନେଶ୍ୱର, ୦୩/୪(ସକାଳଖବର): ବଲାଙ୍ଗିର ଜିଲ୍ଲାର ୯ ଜଣ ବରିଷ୍ଠ କଂଗ୍ରେସ ନେତା ଏକାସହ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସ୍ଥାନୀୟ ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସେମାନେ ଇସ୍ତଫା ଦେଇଥିବା କହିଛନ୍ତି । କଂଗ୍ରେସରୁ ଇସ୍ତଫା ଦେଇଥିବା ନେତାମାନେ ହେଲେ- ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଭଗବାନ ବଗର୍ତି, ପିସିସି ସାଧାରଣ ସଂପାଦକ ତଥା ଏଆଇସିସି ସଦସ୍ୟ ଲକ୍ଷ୍ମଣ ମେହେର, ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର, ପୂର୍ବତନ ପୌରାଧ୍ୟକ୍ଷ ପ୍ରଦୀପ ସାହୁ, ପୂର୍ବତନ କଂଗ୍ରେସ ଲିଗାଲ ସେଲର ଅଧ୍ୟକ୍ଷ ପ୍ରବୀଣ ମିଶ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ଉପ-ସଭାପତି ରାଧାକାନ୍ତ ନାୟକ, ପୂର୍ବତନ ଯୁବ କଂଗ୍ରେସ ସଭାପତି ଜନ୍ମୟ ସାହୁ, ପୂର୍ବତନ ଲୋଇସିଂହା ବ୍ଲକ କଂଗ୍ରେସ ସଭାପତି ମହେନ୍ଦ୍ର ଜାଲ ଓ ବଲାଙ୍ଗିର ଲୋକସଭା ଯୁବ କଂଗ୍ରେସ ଉପ-ସଭାପତି ପ୍ରଦ୍ୟୁମ୍ନ ମିଶ୍ର । ପିସିସି ସାଧାରଣ ସଂପାଦକ ଲକ୍ଷ୍ମଣ ମେହେର ସାଂସଦ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ । ମାତ୍ର ବିରୋଧୀଦଳ ନେତା ନରସିଂହ ମିଶ୍ର ଲବି କରି ନିଜ ସାନ ପୁଅ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ଟିକେଟ କରାଇଥିବାସେ ଅଭିେ;ଯ÷ାଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ନରସିଂହଙ୍କ ଭିତିରିଆ ସଂପର୍କ ରଖି ବିରୋଧୀଦଳର ଭୂମିକା ନିଭାଇ ନାହାନ୍ତି ବୋଲି ଲକ୍ଷ୍ମଣ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ବଗର୍ତି କହିଛନ୍ତି, ନରସିଂହ ଅଣକଂଗ୍ରେସ ଦଳରୁ ଆସି ଏବେ କଂଗ୍ରେସର ସର୍ବେସର୍ବା ହୋଇ ଦଳକୁ ତଳିତଳାନ୍ତ କରୁଛନ୍ତି । ଏଥି ସହିତ ସେ ଅନେକ ଅପରାଧୀକ କାର୍ଯ୍ୟକଳାପରେ ଜଡିତ ଅଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।