ନିଶାନିବାରଣ ପାଇଁ ଗାନ୍ଧୀଜୟନ୍ତୀରେ ଗଣଧାରଣା

Oct 4, 2019 - 06:12
 114
ଭୁବନେଶ୍ୱର, ୨/୧୦(ସକାଳଖବର): ୧୮୬୯ ମସିହା ଅକ୍ଟୋବର ୨ ତାରିଖକୁ ଆଜି ସମଗ୍ର ଭାରତବର୍ଷ ପାଳନ କରୁଛି । ଏହି ଦିନ ଗୁଜୁରାଟର ପୋର ବନ୍ଦର ଠାରେ ଜନ୍ମ ନେଇଥିଲେ ଦେଶର ମହାନାୟକ ମୋହନ ଦାସ କରମଚାନ୍ଦ ଗାନ୍ଧୀ । କନ୍ଧମାଳରେ ମଧ୍ୟ ନିଶା ନିବାରଣ ପାଇଁ ଆଜି ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଅହିଂସା ମାର୍ଗରେ ୨୦୦ ବର୍ଷର ଇଂରେଜ ଶାସନ ଅମଳରୁ ବିନା ରକ୍ତପାତ, ବିନା ଗୁଳିଗୋଳାରେ ଭାରତବର୍ଷକୁ ମୁକ୍ତକରି ସ୍ୱାଧିନତା ଆଣିଥିଲେ । ତାଙ୍କର ଜନ୍ମଦିନକୁ ଦଳମତ ନିର୍ବିଶେଷରେ ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ପାଳନ କରାଯାଉଛି । ଗାନ୍ଧୀ ବିଚାର ଧାରା ଆଜି ସମଗ୍ର ବିଶ୍ୱରେ ଆଦର ଲାଭକରିଛି । ମହାତ୍ମାଗାନ୍ଧୀଙ୍କ ଲକ୍ଷ ଥିଲା ସ୍ୱାଧିନ ଭାରତରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ ଅଧିକାର ପାଇବେ । ସମାଜରୁ ଅସ୍ପୃଶ୍ୟତା, ଛୁଆ ଅଛୁଆଁ ଲୋପକରି ଏକ ସୁସ୍ଥସମାଜ ଗଠନ କରିବା । ଯାହାକି ସ୍ୱାଧିନତାର ୭୨ ବର୍ଷ ମଧ୍ୟରେ ସମ୍ଭବ ହୋଇପାରିଲା ନାହିଁ । ମାହାତ୍ମାଗାନ୍ଧୀ କହୁଥିଲେ ସ୍ୱାଧିନ ଭାରତର ସରକାରଙ୍କ ପ୍ରଥମ କାର୍ଯ୍ୟ ହେବ ୨୪ ଘଂଟାରେ ନିଶା ନିବାରଣ କରିବା । ନିଶା ମଣିଷ ସମାଜକୁ ଯୁବଶକ୍ତିକୁ ପଥଭ୍ରଷ୍ଟ କରୁଛି । ଅନେକ ଅମୂଲ୍ୟ ଜୀବନ ଅକାଳରେ ଝଡ଼ିପଡ଼ୁଛି । ନିଶା ଖାଇବା ଫଳରେ ପାରିବାରିକ ଅଶାନ୍ତି, ଦୁଃଖ, ଚିନ୍ତା, ରୋଗବ୍ୟାଧି ଇତ୍ୟାଦି ମଣିଷକୁ କବଳିତ କରୁଛି । ତେଣୁ ନିଶା ନିବାରଣ ପାଇଁ ମାହାତ୍ମା ଗାନ୍ଧୀ ଗୁରୁତ୍ୱ ଦେଇ ଆସୁଥିବାବେଳେ ଆଜିର ସରକାର ସେଥିପ୍ରତି ଆଖିବୁଜି ମଦର ବନ୍ୟା କରାଇବାକୁ ପୁରସ୍କାର ଘୋଷଣା କରୁଛନ୍ତି । ନିଶା ଖାଇବା ଦ୍ୱାରା ଲିଭର ରୋଗ ଓ କ୍ୟାନସର ଭଳି ଦୂରାରୋଗ୍ୟ ରୋଗ ସୃଷ୍ଟି ହେଉଛି । ନିଶା ନିବାରଣ ପାଇଁ ଲୋକ ଦେଖାଣିଆ ଭାବେ ସଚେତନ କରୁଥିବାବେଳେ ଅନ୍ୟ ପଟରେ ନିଶାର ପ୍ରସାର କରୁଛନ୍ତି । ମଦ ଦୋକାନ, ଗୁଟଖା ଉପôାଦନ ପାଇଁ ଲାଇସେନଓ ପ୍ରଦାନ କରୁଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ନାଗରିକ କମିଟି ଆନୁକୂଲ୍ୟରେ ମହିଳା ଅଧିକାର ଅଭିଯାନ ଓ ପି.ଏ.ଜି.ର ସଦସ୍ୟମାନେ ଏକ ଗଣଧାରଣା କରିବା ସହ ନିଶା ଖାଇବାର କୁପରିଣତି ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଅଶୋକ ପରିଡ଼ାଙ୍କ ସମେତଡଃ ଅରୂପ ଜେନା, ସୂର୍ଯ୍ୟ ନାରାୟଣ ମହାପାତ୍ର, ପ୍ରଶନ୍ନ ସାହାଣି, ଦୁର୍ବାସା ସେଠୀ, ଗୀତାଞ୍ଜଳୀ କହଁର, କୁନି ମଲ୍ଲିକ, ରେଣୁପ୍ରଭା ମହାନ୍ତି, ମନୋଜ ଚୌଧୁରୀ, ଉମେଶ ପାତ୍ର, ବକ ଦିଗାଲ, ଗୌରୀଶଙ୍କର ପଟ୍ଟନାୟକ, ନବ କିଶୋର ରଥ, ପ୍ରମୋଦ କୁମାର ପଟ୍ଟନାୟକ ପ୍ରମୁଖ ସମାଜସେବୀମାନେ ଗଣ ଧାରଣାରେ ବସିଥିଲେ ।