ବନ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ଛୁଆ ହାତୀର ମୃତ୍ୟୁ!

Apr 10, 2023 - 05:47
 30
ବନ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ଛୁଆ ହାତୀର ମୃତ୍ୟୁ!
କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଫରେଷ୍ଟ ରେଞ୍ଜ କୁସୁମୁଡ଼ି ଗାଁ ମୁଣ୍ଡା ବସ୍ତି ନିକଟରେ ଆଜି ସକାଳେ ଏକ ଛୁଆ ହାତୀର ମୃତଦେହ ଦେଖିବାକୁ ମିଳିଛି। ଏହି ଛୁଆ ହାତୀର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କିଛି ଦିନ ପୂର୍ବରୁ ଏହି ହାତୀ ଛୁଆଟି ଅସୁସ୍ଥ ଥିଲା। ବନ ବିଭାଗ ଚିକିତ୍ସା କରି ହାତୀ ଛୁଆକୁ ଛାଡ଼ି ଦେଇଥିଲେ। ହେଲେ ଏହାପରେ ହାତୀ ଛୁଆର ସ୍ବାସ୍ଥ୍ୟକୁ ନେଇ ବନ ବିଭାଗ ଧ୍ୟାନ ଦେଇ ନଥିଲା। ବନ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ହାତୀ ଛୁଆର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି। ପ୍ରାଥମିକ ଚିକିତ୍ସା କରି ଯଦି ହାତୀ ଛୁଆକୁ ନଜର ରଖି ଅଧିକ ଚିକିତ୍ସା କରାଯାଇଥାନ୍ତା, ତେବେ ବୋଧହୁଏ ବଞ୍ଚିଯାଇଥାନ୍ତା ହାତୀ ଛୁଆ। କିନ୍ତୁ ଏ ନେଇ ବନ ବିଭାଗ ମୁହଁ ଖୋଲୁନି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି। ଏବେ ହାତୀ ଛୁଆକୁ ପୋତିବା ପାଇଁ ମାଟି ଖୋଳା ଚାଲିଛି।