ବଞ୍ଚାଇପାରିଲାନି ଇକ୍‌ମୋ ଚିକିତ୍ସା,ଦୀର୍ଘଦିନର ସଂଗ୍ରାମ ପରେ ଆଖି ବୁଜିଲେ ଅଭିଷେକ

Sep 4, 2021 - 05:54
 160
ବଞ୍ଚାଇପାରିଲାନି ଇକ୍‌ମୋ ଚିକିତ୍ସା,ଦୀର୍ଘଦିନର ସଂଗ୍ରାମ ପରେ ଆଖି ବୁଜିଲେ ଅଭିଷେକ
ଭୁବନେଶ୍ୱର : ବଞ୍ଚାଇପାରିଲାନି ଇକ୍‌ମୋ ଚିକିତ୍ସା । ଦୀର୍ଘ ତିନି ମାସ ଧରି ଚାଲିଥିବା ଚିକିତ୍ସାରେ ଲାଗିଛି ବ୍ରେକ୍‌ । ଆଖି ବୁଜିଲେ ଅଭିଷେକ୍‌ । କୋଲକାତାରେ ଅଭିଷେକ୍‌ଙ୍କ ଚାଲିଥିଲା ଚିକିତ୍ସା । ଜୁଲାଇ ୯ତାରିଖରୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ନିଆଯାଇଥିଲା । ଏବେ ଅଭିଷେକଙ୍କ ମୃତ୍ୟୁ ହୋଇଯାଇଛି । ଖବର ଅନୁଯାୟୀ, କୋଭିଡ଼ରେ ଆକ୍ରାନ୍ତ ହେବା ପରେ ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ରଙ୍କ ଫୁସ୍‌ଫୁସ୍‌ କିଛି ମାତ୍ରାରେ ନଷ୍ଟ ହୋଇଯାଇଥିଲା । ଏହାପରେ ତାଙ୍କୁ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାର ୨୨ ଦିନ ରହିବା ପରେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥିଲା । ଅଭିଷେକଙ୍କୁ ଇକ୍‌ମୋ ଚିକିତ୍ସା ନିମନ୍ତେ କୋଲକାତା ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ଏଥିରେ ବାଧକ ସାଜିଥିଲା ଅର୍ଥ । ପରିବାର ଲୋକ ଗଣମାଧ୍ୟମ ସମ୍ମୁଖରେ ଅଭିଷେକଙ୍କ ପାଇଁ ଅର୍ଥ ଯୋଗାଡ଼ ଲାଗି ଓଡିଶାବାସୀଙ୍କୁ ଅନୁରୋଧ କରିଥିଲେ । ବାସ୍ ଏହାପରେ ଆରମ୍ଭ ହୋଇଥିଲା ଅର୍ଥ ଯୋଗାଡ଼ ଅଭିଯାନ । ଯିଏ ଯାହା ପାରିଲା ନିଜ ସକ୍ଷମ ଅନୁସାରେ ସାହାଯ୍ୟ କଲେ । ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ ଅଭିଷେକଙ୍କ ଜୀବନ ବଞ୍ଚାଇବାକୁ ସହଯୋଗ କରିଥିଲେ । ଶେଷରେ ଅଭିଷେକଙ୍କୁ ଏୟାର ଆମ୍ବଲାନ୍ସ ଯୋଗେ ଗତ ଜୁଲାଇ ୯ତାରିଖ ଦିନ କୋଲକାତାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ତେବେ ଡାକ୍ତରଙ୍କ ଉଦ୍ୟମ ଓ ସମସ୍ତଙ୍କ ସତ ଚେଷ୍ଟା ସତ୍ତ୍ୱେ ବଞ୍ଚିପାରିଲେନି ଅଭିଷେକ । ଦୀର୍ଘଦିନର ସଂଗ୍ରାମ ପରେ ଆଖି ବୁଜିଲେ ଅଭିଷେକ ମହାପାତ୍ର ।