ପ୍ରଥମ କରୱାଚୌଥରେ ୩.୫ ଲକ୍ଷର ମଙ୍ଗଳସୂତ୍ର ପିନ୍ଧିଥିଲେ ୟାମୀ

Oct 26, 2021 - 13:47
 82
ପ୍ରଥମ କରୱାଚୌଥରେ ୩.୫ ଲକ୍ଷର ମଙ୍ଗଳସୂତ୍ର ପିନ୍ଧିଥିଲେ ୟାମୀ
ମୁମ୍ବାଇ ୨୬/୧୦ : ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ଯାହା ବି ପିନ୍ଧନ୍ତି ସୁନ୍ଦର ଦେଖାଯାଆନ୍ତି। ଭାରତୀୟ ପାରମ୍ପରିକ ପରିଧାନ ହେଉ କିମ୍ବା ପାଶ୍ଚାତ୍ୟ ଡ୍ରେସ, ସବୁଥିରେ ୟାମୀ ସୁନ୍ଦର ଦିଶନ୍ତି। ୟାମୀଙ୍କ ଡ୍ରେସିଂ ସେନ୍ସ ବହୁତ ଆକର୍ଷଣୀୟ। ସେ ଅଧିକାଂଶ ସମୟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ନୂଆ ନୂଆ କଲେକ୍ସନ ସେୟାର କରନ୍ତି। କେଉଁ ଅବସରରେ କଣ ପିନ୍ଧାଯିବା ଉଚିତ ସେ ବହୁତ ଭଲ ଭାବେ ଜାଣିଛନ୍ତି। ନିଜର ପ୍ରଥମ କରୱାଚୌଥରେ ୟାମୀ ବନାରସୀ ଶାଢ଼ୀ ପିନ୍ଧିଥିଲେ। ସେ ପିନ୍ଧିଥିବା ମଙ୍ଗଳସୂତ୍ର ମଧ୍ୟ ଖାସ ଥିଲା। ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ୟାମୀ ଗୌତମଙ୍କ ଏହା ଥିଲା ପ୍ରଥମ କରୱାଚୌଥ। ସେଥିପାଇଁ ସେ ଏହି ଖାସ ମଉକାରେ ପାରମ୍ପରିକ ବନାରସୀ ଶାଢ଼ୀ, ମଙ୍ଗଳସୂତ୍ର, ନାଲି ଲିପଷ୍ଟିକ ଓ ଟିକିଲିରେ ବହୁତ ସୁନ୍ଦର ଲାଗୁଥିଲେ। ସମସ୍ତଙ୍କ ନଜର ତାଙ୍କ ମଙ୍ଗଳସୂତ୍ରରେ ଥିଲା। ସେ ବୁଲଗାରୀର ମଙ୍ଗଳସୂତ୍ର ପିନ୍ଧିଥିଲେ। ନିଜ ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି, ‘ମୋର ପ୍ରଥମ କରୱାଚୌଥ, ମୋ ପାଇଁ ବହୁତ ସ୍ପେଶାଲ କାରଣ ମୁଁ ବୁଲଗାରୀ ମଙ୍ଗଳସୂତ୍ର ପିନ୍ଧିଛି।’ ଏହି ମଙ୍ଗଳସୂତ୍ରର ଦାମ ୩ ଲକ୍ଷ ୪୯ ହଜାର ଟଙ୍କା। ୟାମୀ ଗୌତମ ଚଳିତ ବର୍ଷ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବିବାହ କରିଥିଲେ। ତାଙ୍କୁ ଭାରତୀୟ ପରିଧାନ ବହୁତ ପସନ୍ଦ। ୟାମୀ ଗୌତମଙ୍କୁ ବନାରସୀ ଶାଢ଼ୀ ବହୁତ ପସନ୍ଦ। ନିକଟରେ ସେ ଏକ ବାଇଗଣୀ ବନାରସୀ ଶାଢ଼ୀରେ ଫଟୋ ସେୟାର କରିଥିଲେ।