ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପରେ ଏବେ ୫୦ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦର

Mar 22, 2022 - 05:25
 170
ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପରେ ଏବେ ୫୦ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପରେ ଏବେ ବଢ଼ିଛି ଏଲପିଜି ସିଲିଣ୍ଡର ଦର। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ପଇସା ବୃଦ୍ଧି ପାଇଥିବା ବେଳେ ଏଲପିଜି ସିଲିଣ୍ଡର ଦର ୫୦ଟଙ୍କା ବୃଦ୍ଧି ପାଇଛି। ୧୪.୨କେଜି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ଟଙ୍କା ବୃଦ୍ଧି ପାଇଥିବା ବେଳେ ଏବେ ଆପଣଙ୍କୁ ଗୋଟେ ସିଲିଣ୍ଡର କିଣିବା ପାଇଁ ୯୪୯.୫୦ ଟଙ୍କା ଦେବାକୁ ହେବ। ପେଟ୍ରୋଲ-ଡିଜେଲର ଓ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପୂର୍ବରୁ, ପ୍ରମୁଖ ଦୁଗ୍ଧ କମ୍ପାନିଗୁଡିକ କ୍ଷୀର ପ୍ୟାକେଟର ଦାମ ବଢ଼ାଇଥିଲେ। କ୍ଷୀର ଲିଟର ପିଛା ୨-୫ ଟଙ୍କା ବୃଦ୍ଧି କରାଯାଇଥିଲା। ଦିନକୁ ଦିନ ଏଭଳି ଦର ବୃଦ୍ଧି ହେଉଥିବା ବେଳେ ଲୋକେ ମୁଣ୍ଡରେ ହାତ ଦେଇଛନ୍ତି।