ପୁଣି କରୋନା ନେଲା ୪୨ ଜୀବନ

Jul 10, 2022 - 05:41
 49
ପୁଣି କରୋନା ନେଲା ୪୨ ଜୀବନ
ନୂଆଦିଲ୍ଲୀ: ବୋଲ ମାନୁନି ମହାମାରୀ । ଦେଶରେ ପୁଣି କୋରୋନା ବିସ୍ଫୋରଣ । ୨୦ ହଜାର ମୁହାଁ ହୋଇଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮ ହଜାର ୨୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଦିନକରେ ୪୨ ଜଣଙ୍କ ଜୀବନ ନେଇଛି କୋରୋନା । ଦୈନିକ ସଂକ୍ରମଣରେ ହାର ୪.୨୨ ପ୍ରତିଶତ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ୧ ଲକ୍ଷ ୨୮ ହଜାର ୬୯୦ ସକ୍ରିୟ ମାମଲା ରହିଛି । ୪୨ ମୃତକଙ୍କୁ ମିଶାଇ ଏଯାବତ ଦେଶରେ ୫ ଲକ୍ଷ ୨୫ ହଜାର ୪୨୮ ଜଣଙ୍କ ଜୀବନ ନେଲାଣି ମହାମାରୀ । ଗତ ୨୪ ଘଣ୍ଟାରେ ୧୪ ହଜାର ୫୫୩ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪ କୋଟି ୨୯ ଲକ୍ଷ ୬୮ ହଜାର ୫୩୩ରେ ପହଞ୍ଚିଛି । ଦେଶବ୍ୟାପୀ ସମୁଦାୟ ୧୯୮ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକେ ଟିକା ନେଇଛନ୍ତି । ସମୁଦାୟ ଟୀକାକରଣ ୧୯୮୭୬୫୯୨୯୯ଜଣ ଟିକା ନେଇଛନ୍ତି ।