ପରିଷ୍କାର ସହ ନିର୍ଜନୀ ହୁଅନ୍ତୁ, କୋଭିଡ଼କୁ ଦୂରେଇ ରଖନ୍ତୁ

Mar 17, 2020 - 14:40
 142
ପରିଷ୍କାର ସହ ନିର୍ଜନୀ ହୁଅନ୍ତୁ, କୋଭିଡ଼କୁ ଦୂରେଇ ରଖନ୍ତୁ
ଏକ ନୂଆ ଭୂତାଣୁ କୋଭିଡ଼-୧୯ରେ ସମଗ୍ର ବିଶ୍ୱ ଏବେ ଆକ୍ରାନ୍ତ । ଏଥିରେ ଏତେଟା ଭୟଭୀତ ହେବାର ନାହିଁ । ପକ୍ଷୀମାନଙ୍କଠାରେ ଦେଖାଯାଉଥିବା ଏଚ୫ଏନ୧ ଭୂତାଣୁ ଓ ଘୁଷୁରୀଙ୍କଠାରେ ଦେଖାଯାଉଥିବା ଏଚ୧ଏନ୧ ଭୂତାଣୁ ପରି ଏହା ଅନ୍ୟ ଏକ ଭୂତାଣୁ । ମଣିଷ ମଧ୍ୟ ବହୁ ସମୟରେ ଇନଫ୍ଲୁଏଞ୍ଜା ଭୂତାଣୁରେ ଆକ୍ରାନ୍ତ ହୋଇଥାଏ, ଯାହାକୁ ସାଧାରଣରେ ଭାଇରାଲ ଜ୍ୱର ବୋଲି କୁହାଯାଇଥାଏ । ଏଥିରେ ତଣ୍ଟି ଗତ୍ଗତ୍ ହୁଏ । ଦେହରେ ସାମାନ୍ୟ ଜ୍ୱର ରହି ବିନ୍ଧାଛିଟିକା ହୋଇଥାଏ । ଆଖି ଓ ନାକରୁ ପାଣି ବାହାରିଥାଏ । ମଣିଷଙ୍କଠାରେ ପୂର୍ବରୁ ଯକୃତ ଆକ୍ରାନ୍ତ କରୁଥିବା ଏଚ୍ସିଭି ଓ ଏଚଆଇଭି ଭୂତାଣୁ ମଧ୍ୟ ଦେଖାଦେଇଛି । କୋଭିଡ଼ -୧୯ ଏକ ନୂଆ ଭୂତାଣୁ ଏବଂ ଏହା ବସ୍ତୁ ଜରିଆରେ ବ୍ୟାପୁଛି । ତେଣୁ କୌଣସି ଅଜଣା ବସ୍ତୁ ଧରିବା ପରେ ହାତ ଧୁଅନ୍ତୁ । ତେଣୁ ନିଜେ ପରିଷ୍କାର ରହିବା ପାଇଁ ଅନ୍ୟକୁ ପରିଷ୍କାର ରଖିବାରେ ସାହାଯ୍ୟ କଲେ କୋଭିଡ଼ର ସଫଳ ମୁକାବିଲା କରାଯାଇପାରିବ ।