ପଦ୍ମଶ୍ରୀ ଏସ.ଏନ୍‌ ସୁବାରାଓଙ୍କ ଦେହାନ୍ତ

Oct 27, 2021 - 06:58
 67
ପଦ୍ମଶ୍ରୀ ଏସ.ଏନ୍‌ ସୁବାରାଓଙ୍କ ଦେହାନ୍ତ
ଜୟପୁର : ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡକ୍ଟର ଏସ୍‌.ଏନ୍‌ ସୁବାରାଓଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଜୟପୁରର ଏସଏମଏସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ସନ୍ଧ୍ୟାରେ ହୃଦଘାତ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ସୁବାରାଓ ଜଣେ ଗାନ୍ଧୀ ଚିନ୍ତକ ଥିଲେ । ତାଙ୍କ ସ୍କୁଲ ଦିନରେ ସେ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରରେ ପ୍ରଭାବିତ ହୋଇଥିଲେ ଏବଂ ୧୩ ବର୍ଷ ବୟସରେ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ ତାଙ୍କୁ ତାଙ୍କର ଆଦର୍ଶ ବୋଲି ବିବେଚନା କରୁଥିଲେ । ଗେହଲୋଟ୍‌ ଗତ ଚାରି ଦିନରେ ତିନିଥର ସୁବାରାଓଙ୍କୁ ଭେଟିବାକୁ ଯାଇଥିଲେ ।