ନୂତନ ପୁଲିସ କମିସନର ଭାବେ ଦାୟିତ୍ୱ ସମ୍ଭାଳିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

Mar 10, 2021 - 07:44
 163
ନୂତନ ପୁଲିସ କମିସନର ଭାବେ ଦାୟିତ୍ୱ ସମ୍ଭାଳିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
ଭୁବନେଶ୍ବର (ସକାଳଖବର)୯ ମାର୍ଚ୍ଚ ୨୦୨୧:: କଟକ-ଭୁବନେଶ୍ବର ଦ୍ବୈତନଗରୀର ନୂତନ ପୁଲିସ କମିସନର ଭାବେ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଦାୟିତ୍ବ ଗ୍ରହଣ କରିଛନ୍ତି। ମଙ୍ଗଳବାର ଭୁବନେଶ୍ଵର ପୋଲିସ କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ୧୯୯୫ ଆଇପିଏସ୍ ବ୍ୟାଚର ଏହି ଅଫିସର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଦୁଇ ସହରର ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବେ ବୋଲି କହିଛନ୍ତି। ଏଥିଲାଗି ସୌମେନ୍ଦ୍ର ପ୍ରିୟଦର୍ଶୀ କଟକ-ଭୁବନେଶ୍ବର ବାସୀଙ୍କ ସହଯୋଗ କାମନା କରିଛନ୍ତି ଏବଂ ଦ୍ବୈତ ନଗରୀବାସୀଙ୍କ ଧନଜୀବନ ସୁରକ୍ଷାକୁ ସେ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି। ସେହିପରି କମିଶନର ଭାବେ ଦାୟିତ୍ୱ ଗ୍ରହଣ ପୂର୍ବରୁ କଟକ ଓ ଭୁବନେଶ୍ବର ଟୁଇନ୍‌ ସିଟିରେ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ , ଏବଂ ପୋଲିସ ଓ ପବ୍ଲିକ ମଧ୍ୟରେ କେମିତି ସୁସମ୍ପର୍କ ସ୍ଥାପନ ହୋଇପାରିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ୧୯୯୯ର ମହାବାତ୍ୟା ମୁକାବିଲାଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ରଥଯାତ୍ରା ସୁପରିଚାଳନାରେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ। ଏହା ପରେ ପୁରୀ, ଗଞ୍ଜାମ, କଟକ ଓ କେନ୍ଦୁଝର ଏସ୍‌ପି ଭାବରେ କାମ କରିଥିଲେ। ଅଫିସର ଅନ୍ ସ୍ପେଶାଲ ଡ୍ୟୁଟିରେ ରହି ନବକଳେବର ଭଳି ଜଟିଳ ଏବଂ ସମ୍ବେଦନଶୀଳ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି । କ୍ରାଇମବ୍ରାଂଚର ଏଡିଜି ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀ ହାଇପ୍ରୋଫାଇଲ ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ ମାମଲାର ତଦନ୍ତ କରୁଥିଲେ । ଏହାଛଡା ବହୁ ଚର୍ଚ୍ଚିତ ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା କ୍ରାଇମବ୍ରାଂଚ । ପୁଲିସ ସେବାରେ ସଫଳତା ପାଇଁ ସେ ୨୦୧୧ରେ ରାଷ୍ଟ୍ରପତି ପଦକ, ୨୦୦୫ରେ ରାଜ୍ୟପାଳ ପଦକ, ୨୦୦୨ରେ ଡିଜିଙ୍କ ପଦକ, ୨୦୧୬ରେ ଡିଜିଙ୍କ ପ୍ରସଂଶାପତ୍ର ପାଇଛନ୍ତି।