ନୀରଜଙ୍କ ଆଉ ଏକ ସ୍ୱପ୍ନ ସାକାର

Sep 11, 2021 - 13:47
 76
ନୀରଜଙ୍କ ଆଉ ଏକ ସ୍ୱପ୍ନ ସାକାର
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ତାଙ୍କର ଦୀର୍ଘଦିନ ବଡ଼ ସ୍ୱପ୍ନ ପୂରଣ କରିଥିଲେ। ଏବେ ନୀରଜଙ୍କର ଆଉ ଏକ ସ୍ୱପ୍ନ ସାକାର ହୋଇଛି। ସେ ନିଜ ମାତାପିତାଙ୍କୁ ବିମାନରେ ଯାତ୍ରା କରାଇଛନ୍ତି। ନୀରଜ ଶନିବାର ସୋଶାଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। ନିଜ ମାତାପିତାଙ୍କୁ ଫ୍ଲାଇଟରେ ବସାଇବା ନୀରଜଙ୍କର ସ୍ୱପ୍ନ ଥିଲା। ଏବେ ଭାରତର ଏହି ଟପ୍ ଆଥଲେଟ୍ ତାଙ୍କର ସେହି ସ୍ୱପ୍ନ ପୂରଣ କରିଛନ୍ତି। ଟ୍ୱିଟରରେ ନୀରଜ ଲେଖିଛନ୍ତି, ଆଜି ଜୀବନର ଏକ ସ୍ୱପ୍ନ ପୂରଣ ହୋଇଛି। ମୁଁ ମୋ ମାତାପିତାଙ୍କୁ ପ୍ରଥମଥର ଫ୍ଲାଇଟରେ ବସାଇ ପାରିଛି। ସମସ୍ତଙ୍କୁ ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ ସର୍ବଦା ଋଣୀ ହୋଇ ରହିବି। ନୀରଜ ଟୋକିଓ ଅଲିମ୍ପିକ୍ସରେ ୮୭.୫୯ ମିଟର୍ ଜାଭେଲିନ୍ ଥ୍ରୋ’ କରି ଆଥଲେଟିକ୍ସ ଇତିହାସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ପଦକ ଜିତାଇଥିବା ନୀରଜ ଆଜି ଷ୍ଟାର୍ ବନିଯାଇଛନ୍ତି। ତାଙ୍କୁ ସବୁଠି ସମ୍ମାନିତ କରାଯାଉଛି।