ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଅନୁପମ୍‌ ଖେର୍‌

Apr 24, 2022 - 05:28
 61
ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଅନୁପମ୍‌ ଖେର୍‌
ନୂଆଦିଲ୍ଲୀ ୨୪।୦୪ : ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର । ବି-ଟାଉନ୍‌ରେ ଅନୁପମ ଖେରଙ୍କ ନାମ ସେହି କଳାକାରମାନଙ୍କ ମଧ୍ୟରେ ସାମିଲ୍ ହୋଇଛି, ଯିଏ ନିଜର ପରିଶ୍ରମ ବଳରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି । କେବଳ ଏତିକି ନୁହେଁ ତାଙ୍କର ସୁନ୍ଦର ଅଭିନୟ ବଳ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ନିକଟରେ ତାଙ୍କର ଜବରଦସ୍ତ ଟ୍ରାନ୍ସଫରମେସନ୍ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅନୁପମ୍ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ନିକଟରେ ଅନୁପମ ଖେର ତାଙ୍କ ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଛନ୍ତି । ସେ ଫଟୋଟି କୌଣସି ସାଧାରଣ ଫଟୋ ନୁହେଁ । ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳୁଛି କି ପିଏମ୍ ମୋଦୀଙ୍କ ସହ ଭେଟିବା ପରେ ତାଙ୍କୁ ଏକ ସ୍ବତନ୍ତ୍ର ଉପହାର ମଧ୍ୟ ଦେଉଛନ୍ତି । ତେବେ ଫଟୋ ସହ ଅନୁପମ କ୍ୟାପସନରେ ଲେଖିଛନ୍ତି, ‘ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ, ଆଜି ଆପଣଙ୍କ ସହ ସାକ୍ଷାତ କରି ଉଭୟ ମନ ଓ ଆତ୍ମା ପ୍ରସନ୍ନ ହୋଇଛି। ଆପଣ ଦେଶ ତଥା ଦେଶବାସୀଙ୍କ ପାଇଁ ଦିନରାତି ଯେଉଁ ପରିଶ୍ରମ କରୁଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଦେବାର ଏକ ସୁଯୋଗ ପାଇଛି । ମୋ ମାଙ୍କ ଦ୍ୱାରା କରାଯାଇଥିବା ରୁଦ୍ରକ୍ଷ ଆପଣ ସ୍ବୀକାର କଲେ, ଯାହାକୁ ଆମେ ସବୁବେଳେ ମନେ ରଖିବୁ । ଏହା ବ୍ୟତୀତ ଅନୁପମ ଖେର ତାଙ୍କ କ୍ୟାପସନରେ ଲେଖିଛନ୍ତି, ‘ଭଗବାନ ଆପଣଙ୍କ ଉପରେ ସବୁବେଳେ ଆଶୀର୍ବାଦରେ ରଖନ୍ତୁ। ବର୍ତ୍ତମାନ ଏହି ପୋଷ୍ଟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।