ନବୀନ ବିଦାହେବେ ,ବିଜେପି ସରକାର ଆସିବା ସୁନିଶ୍ଚିନ୍ତ :ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୨୩ /୪(ସକାଳଖବର): ଚଳିତ ସାଧାରଣ ନିର୍ବାଚନରେ ବିଜୟୀ ହେବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ଭଳି ହିଂସାର ଆଶ୍ରୟନେଉଛନ୍ତି । ପ୍ରାମାଣିକ ତଥ୍ୟ ନଥାଇ ଆକ୍ଷେପମୂଳକ ମନ୍ତବ୍ୟ ଦେଉଥିବାରୁ ଓଡିଶାବାସୀଙ୍କ କ୍ରୋଧର ଶୀକାର ହୋଇଛନ୍ତି । ପଶ୍ଚିମ ବଙ୍ଗ ଭଳି ଓଡିଶାରେ ଏବର୍ଷ ନିର୍ବାଚନ ହିଂସା ବ୍ୟାପକ ହୋଇଛି ଓ ରାଜ୍ୟ ସରକାରଙ୍କର କିଛି ମୁଷ୍ଟିମେୟ ଅଧିକାରି ମାନେ ଏହା ପଛରେ ଅଛନ୍ତି । ହାରିଯିବା ଆଶଙ୍କାରେ ବିଜେଡି ଭାଙ୍ଗି ପଡିଛି । ବିଜେପି ପ୍ରତି ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ଯେଉଁଭଳି ଭାବେ ବଢି ଚାଲିଛି ସେଥିରେ ସେମାନେ ହତୋତ୍ସାହ ହୋଇପଡିଛନ୍ତି । ସେମାନଙ୍କ ନିଦ ଉଡିଗଲାଣି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି । ଏଥର ନବୀନ ବିଦା ହେବେ ଏବଂ ବିଜେପି ସରକାରକୁ ଆସିବା ସୁନିଶ୍ଚିନ୍ତ ହୋଇଯାଇଛି । କିଛି ଅଫିସର ମଧ୍ୟ ରକ୍ଷା କରିପାରିବେନି ବୋଲି ସେ କହିଛନ୍ତି ।
ମଙ୍ଗଳବାର ଦିନ କେନ୍ଦ୍ରାପଡାର ବାରୁଆ ପଡିଆ ଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ୧୯ ବର୍ଷ ଧରି ଶାସନ କ୍ଷମତାରେ ରହିଛନ୍ତି । ତାଙ୍କର ସମ୍ମାନ ରକ୍ଷା କରିବାପାଇଁ କୌଣସି ସମାଲୋଚନା କରିନଥିଲେ । କିନ୍ତୁ ପ୍ରଥମ ଥର ପାଇଁ ନବୀନଙ୍କ ନାଁ ନେଇ ବିଜେଡି ଉପରେ ବର୍ଷିଥିଲେ ମୋଦି । ସେ କହିଥିଲେ ଯେ ନବୀନ ବାବୁ ଭଲରେ ଭଲରେ ବିଦାୟ ନିଅନ୍ତୁ । କିନ୍ତୁ ଓଡିଶାବାସୀ ତାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପଡିଛନ୍ତି । ରାଗରେ ତାଙ୍କୁ ବିଦା କରିବାପାଇଁ ନିଷ୍ପତି ନେଇସାରିଛନ୍ତି । ଓଡିଶାରେ ଯେତିକି ବିକାଶ ହେବା କଥା ହୋଇନାହିଁ । ବରଂ ସେ ବିକାଶରେ ବାଧକ ହୋଇଛନ୍ତି । ବହୁ କେନ୍ଦ୍ରୀୟ ଯୋଜନାକୁ ଓଡିଶାରେ ଲାଗୁ ନକରି ସାଧାରଣ ଗରିବ ଲୋକଙ୍କୁ ବଂଚିତ କରିଛନ୍ତି । ନିକଟରେ ସୁରତକୁ ସେ ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ଓଡିଆ ଲୋକଙ୍କୁ ଭେଟିଥିଲେ । ନବୀନ ସରକାର ଆଉ ନୁହେଁ ଡବଲ ଇଂଜିନର ସରକାର ହେବ ବୋଲି ସେମାନେ ଠାରରେ ରହିଥିଲେ ।
କେନ୍ଦ୍ରାପଡା ସଭାରେ ଲୋକଙ୍କ ମୁଡ୍ ରୁ ସେ ଏହା ଜାଣିପାରିଥିବା ସେ କହିଛନ୍ତିି ।
ସେ ଆହୁରି କହିଥିଲେ ଯେ ମୋଦି ଲହର ବିରୋଧୀଙ୍କ ପାଇଁ ଆହ୍ୱାନ ହୋଇଛି । ମଜବୁତ୍ ସରକାର ଚାହୁଁଥିଲେ ମୋଦିଙ୍କୁ ଭୋଟ୍ ଦେବାକୁ ସେ ଆହ୍ୱାନ ଦେଇଥିଲେ । ବିଜେଡି ଯେତେ ଚେଷ୍ଟା କଲେ ବି ଡବଲ ଇଂଜିନକୁ ଆଉ ରୋକି ପରିବ ନାହିଁ । ୫ ବର୍ଷ ଶାସନକୁ ଲୋକ ଦେଖିଛନ୍ତି । ଆସନରେ ଦେଖି ଦେଇନି । ବିରୋଧ ଦଳ ତାଙ୍କୁ ବରବାଦ କରିବାକୁ ମିଥ୍ୟା ଅଭିଯୋଗ ଆଣିଛନ୍ତିି ।
ଓଡିଶାରେ ବିଜେପି ସରକାର ଆସିଲେ କେନ୍ଦ୍ରାପଡାରେ ରେଳପଥ , ରାସ୍ତା , ଜନସେଚନ ସୁବିଧା ଦେବ । ଶୀତଳ ଭଣ୍ଡାର କରାଯିବ , ବ୍ରିଜ ସମସ୍ୟା ଦୂର କରଯିବ ବୋଲି ସେ କହିଛନ୍ତି । ଓଡିଶାରେ ବିସ୍ତୀର୍ଣ୍ଣ ବେଳାଭୂମି କରହିଛି । ବ୍ରାହ୍ମଣୀ ଜଳପଥ ୱାଟର ୱେଜ୍ ହେବାକୁ ଯାଉଛି । ସେଥିରେ ଧାମରା ଓ ପାରାଦ୍ୱୀପକୁ ଯୋଡାଯିବ । ମତ୍ସ୍ୟଜୀବୀ ମାନଙ୍କୁ କିଷାନ କାର୍ଡ ଦିଆଯିବ । ବୃଦ୍ଧ ଓ ବୃଦ୍ଧାକୁ ପେନସନ୍ ଯୋଗାଇ ଦିଆଯିବ । ନାବାଳିକାଦୁଷ୍କର୍ମକାରୀଙ୍କୁ କଡା ଦଣ୍ଡ ଦିଆଯିବ । ଚିଟଫଣ୍ଡ ଓ ଖଣି ଲୁଟେରା ମାନଙ୍କୁ ଜେଲ୍ ପଠାଯିବ ।