ଦ୍ବିତୀୟ ଥର ପାଇଁ ଗର୍ଭବତୀ ଅଛନ୍ତି ଅନୁଷ୍କା ଶର୍ମା? କାହିଁକି ହେଉଛି ଏପରି ଚର୍ଚ୍ଚା

Dec 27, 2022 - 06:00
 43
ଦ୍ବିତୀୟ ଥର ପାଇଁ ଗର୍ଭବତୀ ଅଛନ୍ତି ଅନୁଷ୍କା ଶର୍ମା? କାହିଁକି ହେଉଛି ଏପରି ଚର୍ଚ୍ଚା
ମୁମ୍ବାଇ: ନିକଟ ଅତୀତରେ କ୍ରିକେଟ୍‌ ତାରକା ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କର କିଛି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆପଣ ଜାଣିଥିବେ ଯେ ଏହି ପ୍ରେମୀଯୁଗଳ ଦୀର୍ଘ ସମୟ ଧରି ପରସ୍ପରଙ୍କୁ ଡେଟ୍‌ କରିବା ପରେ ଯାଇ ବିବାହ କରିଛନ୍ତି। ବିବାହ ପରେ ୨୦୨୧ ଜାନୁଆରି ୧୧ ତାରିଖରେ ସେମାନେ ସେମାନଙ୍କର ପ୍ରଥମ ସନ୍ତାନ ଭାବେ ଝିଅ ଭମିକାଙ୍କୁ ସ୍ବାଗତ କରିଥିଲେ। କିଛି ଦିନ ଅନ୍ତରରେ ଥରେ ଚର୍ଚ୍ଚା ପାଲଟୁଥିବା ଏହି ଦମ୍ପତି ପୁଣି ଥରେ ଆ‌ଲୋଚନାର ପରିସରକୁ ଆସିଛନ୍ତି। ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି କି ଏହି ଦମ୍ପତି କୁଆଡ଼େ ପୁଣି ଥରେ ବାପାମାଆ ହେବାକୁ ଯାଉଛନ୍ତି। ନିକଟରେ ସେମାନଙ୍କର କିଛି ଫଟୋ ଭାଇରାଲ୍‌ ହେବା ପରେ ଏହି ଫଟୋକୁ ହିଁ ଲୋକଙ୍କୁ ଦ୍ବନ୍ଦ୍ବରେ ପକାଉଛି।ଭାଇରାଲ୍‌ ହୋଇଥିବା ଏକ ଫଟୋରେ ଅନୁଷ୍କା ଶର୍ମା ଲାଲ୍‌ ରଂଗର ଏକ ସୁଟ୍‌ ପିନ୍ଧିଥିବା ବେଳେ ତାଙ୍କୁ ତାଙ୍କ ସ୍ବାମୀ କଡ଼ରୁ ଧରିଥିବାର ଦେଖିବାକୁ ମିଳିଛନ୍ତି। ବିରାଟ ଏକ କଳା ରଂଗର କୁର୍ତ୍ତା ପିନ୍ଧିଥିବା ଫଟୋରେ ନଜର ଆସିଛନ୍ତି। ଫଟୋଟିରେ ଅନୁଷ୍କା ଶର୍ମାଙ୍କ ପେଟ ବାହାରକୁ ବାହାରିବା ପରି ଦୃଶ୍ୟମାନ ହୋଇଥିବାରୁ ପ୍ରଶଂସକମାନେ ଅନୁମାନ ଲଗାଉଛନ୍ତି ଯେ ଅଭିନେତ୍ରୀ ୩୪ ବର୍ଷ ବୟସରରେ ଦ୍ବିତୀୟ ଥର ପାଇଁ ଗର୍ଭବତୀ ଅଛନ୍ତି। ଏହି ଖବର ଗୁଜବ କି ସତ ତାହା ତ ସମୟ ଆସିଲେ ଜଣାପଡ଼ିବ। ତେବେ ବାସ୍ତବରେ ଯଦି ଅନୁଷ୍କା ଦ୍ବିତୀୟ ଥର ପାଇଁ ମାଆ ବନିବାକୁ ଯାଉଛନ୍ତି ତ ଏହା ଦର୍ଶକଙ୍କ ପାଇଁ ବହୁତ ବଡ଼ ଖୁସି ଖବର।