ଜୁନ୍ ପ୍ରଥମ ସପ୍ତାହରେ ୭୩ ପ୍ରତିଶତ ନିଅଣ୍ଟିଆ ବର୍ଷା

Jun 8, 2022 - 06:42
 53
ଜୁନ୍ ପ୍ରଥମ ସପ୍ତାହରେ ୭୩ ପ୍ରତିଶତ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର: ହଜିଗଲାଣି ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା । ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମଧ୍ୟରେ ସ୍ୱାଭାବିକଠାରୁ ୨୯ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଥିଲା । ଏବେ ଜୁନ୍ ଆରମ୍ଭରୁ ବର୍ଷା ସୁଧାର ଆସିବା ବଦଳରେ ବିଗିଡିଯାଇଛି । ଜୁନ୍ ପ୍ରଥମ ସପ୍ତାହରେ ୭୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ବରଗଡ଼, ନୂଆପଡ଼ା, ମାଲକାନଗିରି, ସୋନପୁର ଜିଲ୍ଲାରେ ଆଦୌ ବର୍ଷା ନାହିଁ । ରାଜ୍ୟରେ ବୌଦ୍ଧ ହେଉଛି ଏକମାତ୍ର ଜିଲ୍ଲା ଯେଉଁଠାରେ ବର୍ଷା ସ୍ୱାଭାବିକଠାରୁ ହାରାହାରି ୩୨ ପ୍ରତିଶତ ଅଧିକ ରହିଛି । ଦେବଗଡ଼ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ୬ଟି ଜିଲ୍ଲାରେ ଅପେକ୍ଷାକୃତ କମ୍ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି । ସେହିପରି ୧୮ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ପରିମାଣ ଯଥେଷ୍ଟ ଅଧିକ ରହିଛି । ଏପଟେ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ତାତି ଅନୁଭୂତ ହେବ । ୧୦ ତାରିଖ ଯାଏଁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ୧୦ ତାରିଖରେ ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ କରାଯାଇଛି । ସେହିପରି ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।