ଦୂତୀଙ୍କୁ ପୁଣି ଦେଢ କୋଟି ଟଙ୍କା ସହ ଅଲମ୍ପିକ୍ ତାଲିମ୍ ଖର୍ଚ୍ଚ ତୁଲାଇବ ରାଜ୍ୟ ସରକାର

Aug 30, 2018 - 18:45
 204
ଦୂତୀଙ୍କୁ ପୁଣି ଦେଢ କୋଟି ଟଙ୍କା ସହ ଅଲମ୍ପିକ୍ ତାଲିମ୍ ଖର୍ଚ୍ଚ ତୁଲାଇବ ରାଜ୍ୟ ସରକାର
ଭୁବନେଶ୍ୱର,୩୦ା୮(ସକାଳଖବର):ଜାକର୍ତା ଏସିଆନ୍ ଗେମସ୍ ରେ ଗତକାଲି ରୌପ୍ୟ ପଦକ ଜିତିଥିବା ଓଡିଆ ଧାବିକା ଦୂତୀ ଚାନ୍ଦଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଏହାସହିତ ଦୂତୀଙ୍କ ଆଗାମୀ ଅଲମ୍ପିକସ୍ ପ୍ରସ୍ତୁତି ନିମନ୍ତେ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପୂର୍ବରୁ ୧୦୦ ମିଟର ଦୌଡରେ ଦୂତୀଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ ଜାକର୍ତା ଏସିଆନ୍ ଗେମସ୍ ରେ କ୍ରମାଗତ ଚମକ୍ରାର ପ୍ରଦର୍ଶନ କରି ଓଡିଆ ଝିଅ ଦୂତୀ ଚାନ୍ଦ ଭାରତର ଗୌରବ ବୃଦ୍ଧି କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଓଡିଶା ମଧ୍ୟ ଗୌରବାନ୍ୱିତ । ୨୦୦ ମିଟର ଦୌଡରେ ଦୂତୀ ଚାନ୍ଦ ଦୌପ୍ୟ ପଦକ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଗତକାଲି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।