ଦିଲ୍ଲୀରୁ ଫେରିଲେ ବିଧାୟକ ପ୍ରଭାତ, ପୁଣି ଯିବେ ୨୪ରେ

Aug 7, 2018 - 16:42
 224
ଦିଲ୍ଲୀରୁ ଫେରିଲେ ବିଧାୟକ ପ୍ରଭାତ, ପୁଣି ଯିବେ ୨୪ରେ
ଭୁବନେଶ୍ୱର, ୭/୮ (ସକାଳଖବର): ଦିଲ୍ଲୀରୁ ଚିକିତ୍ସା ସାରି ଫେରିଛନ୍ତି ବିଧାୟକ ପ୍ରଭାତ ବିଶ୍ୱାଳ । ପୂର୍ବ ଅପେକ୍ଷା ବର୍ତମାନ ସେ ସୁସ୍ଥ ଥିବା ଜଣାପଡିଛି । ଉନ୍ନତ ମାନର ଚିକିତ୍ସା ପାଇଁ ପ୍ରଭାତ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ବସନ୍ତବିହାରସ୍ଥିତ ଇଣ୍ଡିଅନ ସ୍ପାଇନାଲ ଇନଜୁରିୟସ୍ ସେଂଟରରେ କିଛି ଦିନ ରହି ଚିକିତ୍ସିତ ହୋଇଥିଲେ । ପରେ ସେ ଜୁଲାଇ ୨୯ରେ ସେଠାରୁ ଡିସ·ର୍ଜ ହୋଇ ଓଡିଶା ଭବନରେ ରହିଥିଲେ । ଆଜି ସେ ସୁସ୍ଥ ହୋଇ ଦିଲ୍ଲୀରୁ ଫେରିଛନ୍ତି । ଆଜି ଭୁବନେଶ୍ୱର ବିମାନଘାଟିଠାରେ ପହଂଚିବା ପରେ ତାଙ୍କୁ ତାଙ୍କର ସମର୍ଥକ, ଶୁଭେଚ୍ଛୁ ଓ ଦଳୀୟ କର୍ମୀମାନେ ସ୍ୱାଗତ ଜଣାଇଥିଲେ । ଶ୍ରୀ ବିଶ୍ୱାଳ ସିସୋର ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ୨୦୧୭ ସେପ୍ଟେମ୍ବର ୧୯ରେ ଗିରଫ ହୋଇଥିଲେ । ଗିରଫ ହେବା ପରେ ଦେହ ଖରାପ ହେବାରୁ ପ୍ରଥମେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ହାଇକୋର୍ଟରୁ ନିୟମିତ ଜାମିନ ପାଇବା ପରେ ଗତ ଜୁଲାଇ ୭ ତାରିଖରେ ସେ ଏସସିବିରୁ ଡିସ·ର୍ଜ ହୋଇଥିଲେ । ସେହିଦିନ ହିଁ ସେ ଦିଲ୍ଲୀ ଯାଇଥିଲେ । ତେବେ ୨୪ରେ ସାସ୍ଥ୍ୟ ପରୀକ୍ଷା ପାଇଁ ସେ ପୁଣି ଥରେ ଦିଲ୍ଲୀ ଯିବେ ବୋଲି ଜଣାପଡିଛି ।