ପଞ୍ଜଶୀରକୁ ନେଇ ତାଲିବାନର ବଡ ଦାବି, ଉଡାଇଛି ନିଜର ପତାକା

Sep 6, 2021 - 05:12
 90
ପଞ୍ଜଶୀରକୁ ନେଇ ତାଲିବାନର ବଡ ଦାବି, ଉଡାଇଛି ନିଜର ପତାକା
ପଞ୍ଜଶୀର: ପଞ୍ଜଶୀରକୁ ନେଇ ତାଲିବାନର ବଡ ଦାବି । ଉଡାଇଛି ନିଜର ପତାକା । ତାଲିବାନ ପଞ୍ଜଶୀର ପ୍ରାନ୍ତକୁ ସମ୍ପୂର୍ଣ୍ଣ ଭାବେ କବଜା କରିନେଇଥିବା ଦାବି କରିଛି । ଆତଙ୍କବାଦୀ ସଙ୍ଗଠନର କହିବାନୁସାରେ, ସେମାନେ ରେଜିଷ୍ଟାନ୍ସ ଫୋର୍ସର ମୁଖ୍ୟ କମାଣ୍ଡର ମହମ୍ମଦ ସାଲେହକୁ ମାରିଦେଇଛନ୍ତି । ତେବେ ସେମାନଙ୍କର ଦାବି ସତ ଲାଗୁଛି । କାରଣ ପଞ୍ଜଶୀରରେ ତାଲିବାନ ପତାକା ଉଡୁଥିବା ଦେଖିବାକୁ ମିଳିଛି । ତାଲିବାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ କହିଛନ୍ତି ଯେ, ଆଫଗାନିସ୍ତାନର ପଞ୍ଜଶୀର ପ୍ରାନ୍ତକୁ ସେମାନେ ସମ୍ପୂର୍ଣ୍ଣ ଭାବେ ଦଖଲ କରିନେଇଛନ୍ତି । ସୂଚନାଯୋଗ୍ୟ, ପଞ୍ଜଶୀର ହିଁ ଶେଷ ଅଞ୍ଚଳ ଥିଲା ଯାହାକୁ ତାଲିବାନ କବଜା କରିପାରିନଥିଲା । ଏହାପୂର୍ବରୁ ଆତଙ୍କବାଦୀମାନେ ଅଗଷ୍ଟ ୧୫ ତାରିଖରେ କାବୁଲ କବଜା କରି ଆଫଗାନିସ୍ତାନକୁ ଦଖଲ କରିନେଇଥିଲେ ।