ଡାକ୍ତରଖାନାରେ ଶବରୁ ଆଖି ଗାଏବ !

Jul 19, 2019 - 18:02
 148
ଅନୁଗୋଳ,୧୯/୭(ସକାଳକବର): ଶବରୁ ନେଇଗଲେ ଆଖି । ଏଭଳି ଅଭାବନୀୟ ଘଟଣା ଘଟିଛି । ଅନୁଗୁଳ ଡାକ୍ତରଖାନାରେ । ଚିକିତ୍ସା ପରେ ମୃତ୍ୟୁବରଣ କରିଥିବା ଏକ ୪ ବର୍ଷର ଶିଶୁ କନ୍ୟାର ଆଖି ତାଡି ନିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ସିଡିଏମଓଙ୍କ ଅଫିସ୍ ଘେରାଉ କରିବା ସହ ଡାକ୍ତରଖାନାର ଆଉଟ ଡୋରରୁ ସମସ୍ତଙ୍କୁ ବାହାର କରି ତାଲା ପକାଇ ଦେଇଥିଲେ । ସୂଚନା ଅନୁଯାୟୀ ଗତକାଲି ରାତିରେ ବଅଁରପାଳ ବ୍ଲକ୍ ନୂଆହତା ଗାଁର ୪ ବର୍ଷର ଝିଅକୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ବ୍ୟବଚ୍ଛେଦ ପାଇଁ ଶବକୁ ଡାକ୍ତରଖାନାର ମର୍ଗ ରୁମରେ ରଖାଯାଇଥିଲା । ଶୁକ୍ରବାର ସକାଳେ ମୃତଦେହରେ ଆଖି ନଥିବା ଦେଖିବାକୁ ମିଳିଥିଲା । ଏହାସହ ମୃତଦେହର ନାକରେ ବି କ୍ଷତ ଚିହ୍ନ ରହିଛି । ଏ ଘଟଣା ନେଇ ପରିବାର ଲୋକ ଅଭିଯୋଗ କରିବା ପରେ ବଅଁରପାଳ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।