ଓଲଟିଲା ମନ୍ତ୍ରୀ ଜଗନ୍ନାଥ ସାର୍‌କାଙ୍କ ପାଇଲଟିଂ ଗାଡ଼ି, ୫ ଆହତ

Oct 17, 2021 - 08:58
 79
ଓଲଟିଲା ମନ୍ତ୍ରୀ ଜଗନ୍ନାଥ ସାର୍‌କାଙ୍କ ପାଇଲଟିଂ ଗାଡ଼ି, ୫ ଆହତ
ମୋହନା : ଓଲଟିଲା ମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ି । ଦୁର୍ଘଟଣାରେ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଭୁବନେଶ୍ୱରରୁ ରାୟଗଡା ଫେରୁଥିଲେ ମନ୍ତ୍ରୀ ଜଗନ୍ନାଥ ସାର୍‌କା । ହେଲେ ଗଜପତି ଅଡ଼ବା ଥାନା ଉଲିଆପଦା ଗାଁ ନିକଟରେ ମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ି ଓଲଟିପଡିଲା । ଭାରସାମ୍ୟ ହରାଇ ଗାଡ଼ିଟି ଓଲଟିପଡିବାରୁ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।