ଟ୍ରକ ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର

Apr 17, 2022 - 09:19
 90
ଟ୍ରକ ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର
ଲମତାପୁଟ ୧୭।୦୪ : ଟ୍ରକ ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର । ଏବେ ଯାଏଁ ୨ ମୃତାହତଙ୍କ ପରିଚୟ ମିଳିପାରିନାହିଁ । କୋରାପୁଟ ଜିଲ୍ଲା ପାଡୁଆ ଥାନା ଚମ୍ପୁଆ ଗାଁ ନିକଟ ସଡକରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । କ୍ଷତି ପୁରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ତେବେ ଏହି ରାସ୍ତା ଅବରୋଧ ଯୋଗୁଁ ନନ୍ଦପୁର-ବିଶାଖାପାଟଣା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରୁଛି ।