ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ପଞ୍ଚମ ସ୍ୱର୍ଣ୍ଣ ପଦକ

Sep 5, 2021 - 05:13
 52
ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ପଞ୍ଚମ ସ୍ୱର୍ଣ୍ଣ ପଦକ
ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ମିଳିଛି ପଞ୍ଚମ ସ୍ୱର୍ଣ୍ଣ ପଦକ। ଆଜି ଦେଶ ପାଇଁ ଏହି ପଦକ ଜିତିଛନ୍ତି ୨୨ ବର୍ଷୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି କୃଷ୍ଣ ନାଗର। ଏସ୍‌ଏଚ୬ ବର୍ଗରେ ସେ ଏହି ପଦକ ଜିତିଛନ୍ତି। ବ୍ୟାଡ୍‌ମିଣ୍ଟନରେ ଏହା ହେଉଛି ଦେଶର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଗତକାଲି ଓଡ଼ିଆ ପୁଅ ପ୍ରମୋଦ ଭଗତ ବ୍ୟାଡ୍‌ମିଣ୍ଟନର ପୁରୁଷ ଏକକ ଏସ୍‌ଏଲ୍‌ ୩ ବର୍ଗରେ ଦେଶ ପାଇଁ ଜିତିଥିଲେ ପ୍ରଥମ ସ୍ୱର୍ଣ୍ଣ ପଦକ। ଆଜି ଫାଇନାଲ୍‌ରେ କୃଷ୍ଣଙ୍କ ମୁକାବିଲା ହୋଇଥିଲା ହଂକଂର ମାନ୍ କାଇ ଚୁଙ୍କ ସହିତ। ଆଉ ଏହାକୁ ୨୧-୧୭, ୧୬-୨୧ ଓ ୨୧-୧୭ ଗେମ୍‌ରେ ଜିତି ନେଇଥିଲେ କୃଷ୍ଣ।