ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Sep 5, 2021 - 09:26
 54
ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
କଣ୍ଟାବାଞ୍ଜି : ତୁରିକେଲା ବ୍ଲକ ଟିକ୍ରାପଡା ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଛି । ମୃତକ ମହିଳା ଜଣକ ହେଲେ ତୁରିକେଲା ବ୍ଲକ ବାଞ୍ଜିପାଲି ଗାଁର ହଳଧର ମାଝିଙ୍କ ଝିଅ ପ୍ରେମଶିଲା ମାଝି । ଏ ନେଇ ମହିଳାଙ୍କ ପରିବାର ଲୋକ ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଛନ୍ତି । ମହିଳା ଭାଇ ଗିରିଧାରୀ ମାଝୀଙ୍କ କହିବା ଅନୁଯାୟୀ ଗତ୨୦୨୦ ମେ ମାସ ୮ ତାରିଖରେ ବୈଦିକ ରୀତିରେ ତୁରିକେଲା ବ୍ଲକ ଟିକ୍ରାପଡା ଗ୍ରାମର ପ୍ରତାପ ମାଝୀଙ୍କ ସହ ତାଙ୍କର ଭଉଣୀଙ୍କର ବିବାହ ହୋଇଥିଲା । ବିବାହ ସମୟରେ ଯୌତୁକ ଆକାରରେ ସୁନା, ରୁପା ସହ ଦୁଇଚକିଆ ଯାନ ଦିଆଯାଇଥିଲା । ବିବାହର ବର୍ଷେ ପରେ ପ୍ରତାପ ତାଙ୍କ ଭଉଣୀଙ୍କୁ ସବୁବେଳେ ଯୌତୁକ ନିର୍ଯାତନା ଦେଇଆସୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରତାପଙ୍କ ଆଉ ଜଣେ ଝିଅଙ୍କ ସହ ସଂପର୍କ ଥିଲା । ଯୈାତୁକ ଲୋଭି ପ୍ରତାପ ତାଙ୍କ ଭଉଣୀକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି ବୋଲି ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ଥାନାରେ କେଶ ନଂ ୧୫୮/୨୧ ତା ୪/୯/୨୦୨୧ ଦଫା ୪୯୮/୩୦୨/୩୪ ଆଇପି ସି ରୁଜୁ କରି ଅଧିକ ତଦନ୍ତ କରାଯାଉଛି ବୋଲି ତୁରିକେଲା ଥାନା ଆଇଆଇସି କମଳ ଲୋଚନ ବେହେରା କହିଛନ୍ତି ।